ଲାହୋର,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଅଧ୍ୟକ୍ଷ ଶେହବାଜ ସରିଫଙ୍କ କାର ଉପରେ କିଛି ଗୋଷ୍ଠୀ ଆକ୍ରମଣ କରିଛନ୍ତି। ଅସନ୍ତୋଷ ଜନତା ତାଙ୍କ କାର ଉପରେ ଆକ୍ରମଣ କରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣା ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରରେ ଘଟିଛି। ଏକଦା ତାଙ୍କ ଗଡ କୁହାଯାଉଥିବା ଲାହୋରରେ ବୁଧବାର ବିଳମ୍ବିତ ରାତିରେ ଉତ୍ୟକ୍ତ ଜନତା ଶେହବାଜଙ୍କ କାର ଉପରେ ଆକ୍ରମଣ କରିଥିଲେ। କାର୍ ଓ୍ବିଣ୍ଡୋର କାଚ ଭାଙ୍ଗି ତାଙ୍କ ସହ ଅସଦାଚରଣ କରିଥିଲେ।
شہباز شریف لاہور میں عوا م کے ہتھے چڑھ گئے
عوام نے شہباز شریف کو ننگی گالیاں دیں
گاڑی کے شیشے توڑ دیے pic.twitter.com/8sIHdInD3B— Waqar khan (@Waqarkhan123) October 4, 2023
ଆଗାମୀ ନିର୍ବାଚନକୁ ନେଇ ଶେହବାଜ ତାଙ୍କ ନିର୍ବାଚନମଣ୍ଡଳୀକୁ ଗସ୍ତ କରିଥିଲେ। ତେବେ ଏହି ସମୟରେ କିଛି ଉତ୍ୟକ୍ତ ଗୋଷ୍ଠୀ ତାଙ୍କ କାରକୁ ଅଟକାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ତେବେ ଶେହବାଜ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି କହିଛନ୍ତି, ବୁଧବାର ମୋ ନିର୍ବାଚନମଣ୍ଡଳୀର କିଛି ଲୋକ ମୋ କାରକୁ ଅଟକାଇ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ। ଗୁରୁବାର ମୁଁ ସେମାନଙ୍କ ପ୍ରତିନିଧୀଙ୍କୁ ନିମନ୍ତ୍ରଣ କଲି, ସେମାନଙ୍କ ଅଞ୍ଚଳର ସମସ୍ୟା ଶୁଣିଲି ଏବଂ ଏହାର ସମାଧାନ ପାଇଁ ଆଶ୍ୱସନା ଦେଲି।
ସୂଚନାଯୋଗ୍ୟ, ୨୦୨୪ ଜାନୁଆରୀର ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପାକିସ୍ତାନର ନିର୍ବାଚନ ଆୟୋଗ ଗତ ମାସରେ ଘୋଷଣା କରଛନ୍ତି।