Categories: ଖେଳ

ପ୍ରବଳ ରାଗିଗଲେ ଆରସିବି ଅଧିନାୟକ: ପରାଜୟର କାରଣ ବଖାଣିଲେ

ମୁମ୍ବାଇ,୧୨।୪: ଆଇପିଏଲର ୨୫ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଚୌକା ଓ ଛକା ବର୍ଷା ହୋଇଥିଲା।ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ମୋଟ ପାଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଦେଖାଯାଏ, ତେବେ ଲିଗ୍‌ରେ ରହିବା ପାଇଁ ଏହି ମ୍ୟାଚ ଜିତିବା ଉଭୟ ଦଳ ପାଇଁ ଆବଶ୍ୟକ ଥିଲା। ମୁମ୍ବାଇ ଏହି ମ୍ୟାଚକୁ ଅତି ସହଜରେ ଜିତିଥିଲା। ଆରସିବି ପରାଜୟ ପରେ ଅଧିନାୟକ ଫାଫ ଡୁ ପ୍ଲେସିସ କ୍ରୋଧିତ ଦେଖାଯାଉଥିଲେ। ଏହି ମ୍ୟାଚର ପରାଜୟର କାରଣ ବିଷୟରେ ସେ ଖେଶଲାଖୋଲି କହିଥିଲେ।
ମୁମ୍ବାଇ ଇଣ୍ଡିଆନ୍ସଙ୍କ ହାତରେ ପରାଜୟ ପରେ ଡୁ ପ୍ଲେସିସ ତାଙ୍କ ଦଳର ବୋଲିଂ ଦୁର୍ବଳ ବୋଲି ସ୍ବୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ବୋଲରଙ୍କ ପାଖରେ ଅନ୍ୟ ଦଳ ଭଳି ଅସ୍ତ୍ରଶସ୍ତ୍ର ନାହିଁ। ଦୁର୍ବଳ ବୋଲିଂ ହେତୁ ଆରସିବି ବ୍ୟାଟ୍ସମ୍ୟାନମାନେ ଅଧିକ ରନ ସ୍କୋର କରିବା ଆବଶ୍ୟକ କରନ୍ତି,ଯାହା ଦ୍ୱାରା ସେମାନେ ଜିତିବାର ସୁଯୋଗ ପାଇପାରିବେ।ଦ୍‌
ଫାଫ ଆହୁରି ମଧ୍ୟ କହିଛନ୍ତି, ବୋଲିଂ ଦୃଷ୍ଟିରୁ ଆମେ ଆରମ୍ଭରେ ଟିକେ ମନ୍ଥର ହୋଇଥିଲୁ। ପାୱାରପ୍ଲେରେ ବିରୋଧୀ ଦଳର ଦୁଇ-ତିନି ଉଇକେଟ ନେବାକୁ ଆମକୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ।
ମୁମ୍ବାଇ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଆରସିବି ୧୯୬ ରନ ସଂଗ୍ରହ କରିଥିଲା, ଯାହା ମୁମ୍ବାଇ ସହଜରେ ୨୭ ବଲ ବାକି ରହି ଜିତିଥିଲା। ମ୍ୟାଚ ପରେ ଫାଫ କହିଛନ୍ତି, ବର୍ତ୍ତମାନ ବ୍ୟାଟିଂ ଦୃଷ୍ଟିକୋଣରୁ ଆମକୁ ୨୫୦ ରୁ ଅଧିକ ରନ ସ୍କୋର କରିବାକୁ ପଡିବ, ବୋଲିଂରେ ଆମର ଏତେ ଅସ୍ତ୍ର ନାହିଁ।

Share