ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଖସୁଖରେ ପରସ୍ପର ସହ ଖାପ ଖୁଆଇ ଚଳିବା ହିଁ ଦୁଇଜଣଙ୍କର ସମ୍ପର୍କକୁ ମଜବୁତ କରିଥାଏ। ହେଲେ ବେଳେବେଳେ କଥା କଟାକଟି ଉଗ୍ରରୂପ ନେଇ କୋର୍ଟକଚେରୀ ମଧ୍ୟ ହେଉଥିବା ନଜିର ରହିଛି। ନିକଟରେ ସେପରି ଏକ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀଙ୍କ ଲଢେଇ ଏପରି ହେଲା ଯେ, ମହିଳାଜଣକ ଥାନାରେ ପହଞ୍ଚିଥିଲେ। ହେଲେ ଥାନାରେ ବ୍ୟକ୍ତିଜଣକ ଏପରି କିଛି କାଣ୍ଡ କଲେ ଯେ, ମହିଳା ଥାନାରେ ମାମଲା ରୁଜୁ କରିପାରିଲେ ନାହିଁ। ସମସ୍ତେ ବ୍ୟକ୍ତିଙ୍କର ଏପରି କାରନାମା ଦେଖି ଆଶ୍ଚର୍ଯ୍ୟ ହେବା ସହ ନ ହସି ରହି ପାରି ନ ଥିଲେ।
A couple had a fight.
Few months back, wife filed a case against her husband in Jhansi.
But husband sang a song for her in the police station and convinced her. Love triumphs pic.twitter.com/2frzPOKpGn— Madhur Verma (@IPSMadhurVerma) November 14, 2017
ଉତ୍ତରପ୍ରଦେଶର ଝାନ୍ସୀରେ ଏପରି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଝଗଡା ଏତେ ତୀବ୍ର ହେଲା ଯେ ମହିଳାଜଣକ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଥାନା ପହଞ୍ଚିଥିଲେ। ହେଲେ ସ୍ବାମୀ ଏପରି ପରସ୍ଥିତିକୁ ସମ୍ଭାଳିବା ପାଇଁ କିଛି ନିଆରା ଢଙ୍ଗରେ ନିଜ ଅତିପ୍ରିୟ ସ୍ତ୍ରୀଙ୍କୁ ମନାଇଥିଲେ। ଯାହା ଯୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ବ୍ୟକ୍ତିଜଣକ ସ୍ତ୍ରୀଙ୍କ ଅଭିମାନକୁ କମାଇବା ପାଇଁ ପୋଲିସ ଷ୍ଟେଶନରେ ଭୁଲ ମାଗିବାକୁ ଯାଇ ଏକ ରୋମାଣ୍ଟିକ ଗୀତ ବୋଲିଥିଲେ। ଗୀତ ଶୁଣିବା ମାତ୍ରେ ମହିଳାଙ୍କ ରାଗ ସାଙ୍ଗେ ସାଙ୍ଗେ ଥଣ୍ଡା ପଡି ଯାଇଥିଲା। ଗୀତ ବୋଲିବା ସହ ସେ ଥାନାରେ ସମସ୍ତଙ୍କ ଆଗରେ କ୍ଷମା ମଧ୍ୟ ମାଗିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଏକ୍ସରେ ଖୁବ୍ ଭାଇରାଲ ହୋଇଛି। ୟୁଜର୍ସ ପୋଷ୍ଟରେ ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଲେଖୁଛନ୍ତି।