ରାକ୍ଷୀଙ୍କ ଉପରେ ବର୍ଷିଲେ ଏହି ଅଭିନେତ୍ରୀଙ୍କ ମା’

ମୁମ୍ବାଇ: ବିଗ୍‌ ବସ ସିଜନ ୧୪ରେ ନିକ୍କି ତମ୍ବୋଲି ଏବଂ ରାକ୍ଷୀ ସାଓ୍ବନ୍ତଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ରାକ୍ଷୀ ନିକ୍କିଙ୍କୁ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯେ, ସମସ୍ତେ ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ରାକ୍ଷୀ କୁହନ୍ତି, ନିକ୍କି ପୁରୁଷମାନଙ୍କ ପାଖରେ ବସନ୍ତି। ରାକ୍ଷୀଙ୍କ ଏପରି କଥା ଶୁଣି ନିକ୍କି ତାଙ୍କ ସହ ଝଗଡ଼ା କରିଥିଲେ। ପରେ ତାଙ୍କୁ ଏକୁଟୁଆ କାନ୍ଦୁଥିବା ମଧ୍ୟ ଦେଖାଯାଇଥିଲା।

ବର୍ତ୍ତମାନ ଏହି ବିବାଦକୁ ନେଇ ନକ୍କିଙ୍କ ମା ପ୍ରତିକ୍ରିୟା ଦେବା ସହ ରାକ୍ଷୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ରାକ୍ଷୀ କେତେ ଶସ୍ତା ଦେଖାଯାଉଛି। ଅନ୍ତତଃପକ୍ଷେ ରାକ୍ଷୀ ସେହି ଦର୍ଶକମାନଙ୍କୁ ସମ୍ମାନ ଦିଅନ୍ତୁ, ଯେଉଁମାନେ ଏହି ଶୋ’ଦେଖୁଛନ୍ତି। ଯଦି ସେମାନେ ତାଙ୍କ ମାତାପିତାଙ୍କୁ ପଚାରନ୍ତି ତେବେ ଏହାର ପ୍ରଭାବ କ’ଣ ହେବ। ରାକ୍ଷୀ ତାଙ୍କ ଝିଅ ଉପରକୁ ଚେୟାର ଫିଙ୍ଗିଥିବାରୁ ନିକ୍କିଙ୍କ ମା ଅସନ୍ତୋଷ ପ୍ରକାଶ କରିଛନ୍ତି। ରିୟାଲିଟି ଶୋ’ ମଧ୍ୟରେ ଏପରି ବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ ବୋଲି ନିକ୍କିଙ୍କ ମା କହିଛନ୍ତି।

Share