Advertisement

ଅନୁଗୋଳ ବାର୍‌ ଆସୋସିଏଶନ ନିର୍ବାଚନ: ହିମାଂଶୁ ସଭାପତି, ଧ୍ରୁବଚରଣ ସମ୍ପାଦକ

ଅନୁଗୋଳ,୨୯ା୩ (ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ)- ଅନୁଗୋଳ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ହିମାଂଶୁ ଭୂଷଣ ସାମଲ ଏବଂ ସାଧାରଣ ସମ୍ପାଦକ ଭାବେ ଧ୍ରୁବଚରଣ ସାହୁ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ଭାବେ ପ୍ରଫୁଲ୍ଲ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ ସେଠୀ, ସହସମ୍ପାଦକ ପୁରୁଷୋତ୍ତମ ନାୟକ, ସାଂସ୍କୃତିକ ସମ୍ପାଦକ ଭାବେ ଜ୍ୟୋତ୍ସ୍ନାମୟୀ ସାହୁ ବିଜୟୀ ହୋଇଛନ୍ତି। ଅନୁଗୋଳ ବାର୍‌ ଆସୋସିଏଶନର ମୋଟ ୬୨୮ ସଦସ୍ୟ ଥିବାବେଳେ ୫୮୭ ଜଣ ଭୋଟ ଦେଇଥିଲେ। ସଭାପତି ପଦବୀ ପାଇଁ ୩ ଜଣ, ଉପସଭାପତି ପଦବୀ ନିମନ୍ତେ ୩, ସମ୍ପାଦକ ପଦବୀ ପାଇଁ ୪ ଏବଂ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ୨ ଜଣ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ପୂର୍ବାହ୍ନ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିବା ବେଳେ ଅପରାହ୍ନ ୪ଟାରୁ ଗଣତି ଆରମ୍ଭ ହୋଇ ୫ଟା ୩୦ରେ ଶେଷ ହୋଇଥିଲା। ଏହାପରେ ଫଳାଫଳ ଘୋଷଣା କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share