Categories: ଖେଳ

ଅନିକେତ୍‌ ମୁମ୍ବାଇ ଅଧିନାୟକ

ଭୁବନେଶ୍ୱର, ୧୮।୧୨(ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚଳିତ ମାସ ୨୪ରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଅଲ୍‌ଟିମେଟ୍‌ ଖୋଖୋ ସିଜନ-୨ ପାଇଁ ଅନିକେତ ପୋଟେଙ୍କୁ ମୁମ୍ବାଇ ଖିଲାଡିଜ୍‌ ଅଧିନାୟକ ମନୋନୀତ କରାଯାଇଛି। ଏହି ୨୬ ବର୍ଷୀୟ ଅଲରାଉଣ୍ଡର/ଆଟାକର ଖୋ ଖୋ ସର୍କିଟରେ ଜଣେ ଚର୍ଚ୍ଚିତ ଖେଳାଳି। ସେ ଏସିଆନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସିଜନ-୧ ଅଲ୍‌ଟିମେଟ୍‌ ଖୋଖୋ ଡ୍ରିମ୍‌ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିଥିଲା। ”ଅନିକେତ ଙ୍କୁ ନିର୍ବିବାଦୀୟ ଭାବେ ଦଳର ଅଧିନାୟକ ଚୟନ କରାଯାଇଛି। ପ୍ରଥମ ସଂସ୍କରଣରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା ଏବଂ ନିଜ ନେତୃତ୍ୱ ଦକ୍ଷତାକୁ ସେ ସୁଚାରୁରୂପେ ସମ୍ପାଦନ କରିଥିବାରୁ ଏହି ପଦ ଲାଗି ସେ ଥିଲେ ସ୍ବାଭାବିକ ପସନ୍ଦ ହୋଇ ଯାଇଥିଲେ। ମୁମ୍ବାଇର ସ୍ଥାନୀୟ ଖେଳାଳିଭାବେ ସେ ଦଳର ଆବଶ୍ୟକତାକୁ ଭଲଭାବେ ବୁଝିଛନ୍ତି। ଆଗାମୀ ପ୍ରତିଯୋଗିତାରେ ସେ ଦଳକୁ ସଫଳତା ପ୍ରଦାନ କରିପାରିବାନେଇ ଆଶା ରହିଛି“ ବୋଲି ଦଳର ମାଲିକ ପୁନିତ ବାଲାନ ପ୍ରକାଶ କରିଛନ୍ତି। ୨୭ ବର୍ଷୀୟ ଡିଫେଣ୍ଡର ମହେଶ ସିନ୍ଦେଙ୍କୁ ମୁମ୍ବାଇ ଖିଲାଡିଜ୍‌ ଦଳର ଉପ-ଅଧିନାୟକ ଘୋଷଣା କରିଛି। ଗତ ସିଜନରେ ସେ ଥିଲେ ଶ୍ରେଷ୍ଠ ଡିଫେଣ୍ଡରଙ୍କ ମଧ୍ୟରୁ ଅନ୍ୟତମ।

 

Share