ଅମ୍ବାନୀ ପରିବାରର ବୋହୂ ହୋଇଥିବା ସତ୍ତ୍ୱେ ସେତେଟା ଚର୍ଚ୍ଚାରେ ନ ଥାନ୍ତି ଟିନା ଅମ୍ବାନୀ। ହେଲେ ଏକ ସମୟରେ ଟିନା ଫିଲ୍ମଜଗତର ଚର୍ଚ୍ଚିତ ନାମ ମଧ୍ୟରୁ ଗୋଟିଏ ଥିଲେ। ଏହା ପଛରେ କାରଣ ରହିଛି। ସେଇଟି ହେଲା ଅନିଲ ଅମ୍ବାନୀଙ୍କ ସହ ବିବାହ ପ୍ରସ୍ତାବ ସ୍ବିକାର କରିବା ପରେ ଟିନା ମୁନିମ୍ ନିଜର ଫିଲ୍ମ କ୍ୟାରିୟର ତ୍ୟାଗ କରିଦେଇଥିଲେ।
ଟିନା ଦଶରୁ ଅଧିକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘ଦେଶ ପରଦେଶ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ। ଦୀର୍ଘ ବାର ବର୍ଷ ଧରି ସେ ଫିଲ୍ମରେ ଦବଦବା ବଜାୟ ରଖିଥିଲେ। ହେଲେ ଅନିଲଙ୍କୁ ବିବାହ କରିବାକୁ ନେଇ ସେ ଫିଲ୍ମଜଗତକୁ ଛାଡ଼ି ଦେଇଥିଲେ। କୁହାଯାଏ ଅନିଲଙ୍କ ବାପା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ସଂସ୍ଥାପକ ଧୀରୁ ଭାଇ ଅମ୍ବାନୀ ବୋହୂ ଫିଲ୍ମରେ କାମ କରୁ ବୋଲି ଚାହୁଁ ନ ଥିଲେ।
ପ୍ରଥମ ଦେଖାରେ ଅନିଲ ଟିନାଙ୍କୁ ଭଲପାଇ ବସିଥିଲେ। ହେଲେ ବିବାହ ପାଇଁ ତାଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ଧୀରୁ ଭାଇ ତାହା ଚାହୁଁ ନ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ହଁ କରିଥିଲେ।
କଳା ଓ ସଂସ୍କୃତିରେ ଟିନାଙ୍କ ଋଚି ରହିଛି। ସେ ନ୍ୟାଶନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟର ଆଡଭାଇଜରି ବୋର୍ଡର ସଦସ୍ୟ ରହିଛନ୍ତି। ଏହାଛଡ଼ା ଇଲିଫାଣ୍ଟା ଦ୍ୱୀପର ସଂରକ୍ଷଣକୁ ନେଇ ସେ ୟୁନେସ୍କୋ ଏବଂ ଅର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସହ ମିଶି କାମ କରି ଆସୁଛନ୍ତି।