ପୁଣି ନିକଟତର ହେଲେ ଅମ୍ବାନୀ ବ୍ରଦର୍ସ; ରୋହିତ-ଅଜୟଙ୍କ ଯୋଗୁ ହେଲା ସମ୍ଭବ

ବମ୍ବେ: ପୁଣିଥରେ ନିକଟତର ହୋଇଛନ୍ତି ଅମ୍ବାନୀ ବ୍ରଦର୍ସ। ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ ଲାଗି ଏହା ସମ୍ଭବ ହୋଇଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏବଂ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ରୋହିତଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର ପ୍ରଯୋଜନା ଲାଗି ଏକାଠି କାମ କରୁଛନ୍ତି। ଫିଲ୍ମରେ ଅଭିନେତା ଅଜୟ ଦେବଗନ ମୁଖ୍ୟ ନାୟକ ହେବେ।

ଫିଲ୍ମଟି ରିଲିଜ ହେବା ପରେ ମୁକେଶଙ୍କ ‘ଜିଓ ସିନେମା’ରେ ଉପଲବ୍ଧ ହେବ। ଅପରପକ୍ଷେ ଅନୀଲଙ୍କ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ନିକଟ ଅତୀତରେ କ୍ଷତିର ସମ୍ମୁଖୀନ ହୋଇଛି। ଏବେ ଏହି ମିଳିତ ଯୋଗଦାନ ଯୋଗୁ କମ୍ପାନୀ ନୂଆ ଆରମ୍ଭ କରିପାରେ।

Share