Categories: ଜାତୀୟ

ଅନିଲ ଅମ୍ବାନୀଙ୍କ ସ୍ତ୍ରୀଙ୍କୁ ଇଡି ଜେରା

ମୁମ୍ବାଇ, ୫ା୭(ପି.ଟି.): ବିଦେଶ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ରିଲାଏନ୍ସ ଏଡିଏ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟିନା ଅମ୍ବାନୀ ମଙ୍ଗଳବାର ତଦନ୍ତରେ ସାମିଲ ହୋଇଛନ୍ତି। ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି। ଉକ୍ତ ମାମଲାରେ ଅନିଲ ସୋମବାର ଇଡିରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରାଇଥିଲେ। ବିଦେଶରେ ଥିବା ଅଘୋଷିତ ସମ୍ପତ୍ତି ଏବଂ ଏଥିସହ ସମ୍ପୃକ୍ତ ପାଣ୍ଠି ସ୍ଥାନାନ୍ତର ଅଭିଯୋଗରେ ତଦନ୍ତ ଚାଲିଛି। ଅଭିଯୋଗ ଅନୁଯାୟୀ ଅନିଲଙ୍କର ଜର୍ସି, ବ୍ରିଟିଶ ଭିର୍ଜିନ ଆଇଲାଣ୍ଡ ଏବଂ ସାଇପ୍ରସ୍‌ରେ କେତେକ କମ୍ପାନୀ ସହ ସମ୍ପୃକ୍ତି ରହିଛି। ୟେସ୍‌ ବ୍ୟାଙ୍କ ପ୍ରମୋଟର ରାଣା କପୁରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାରେ ୨୦୨୦ରେ ଅନିଲଙ୍କୁ ଜେରା କରାଯାଇଥିଲା।

Share