୬୪ ବର୍ଷରେ ଅନୀଲ କପୁର: ବିବାହ ପରେ ବି ପଡ଼ିଥିଲେ ପ୍ରେମରେ…

ମୁମ୍ବାଇ,୨୪।୧୨: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁର ଗୁରୁବାର ୬୪ ବର୍ଷରେ ପାଦ ଦେଇଛନ୍ତି । ସେ ୧୯୫୬ ଡିସେମ୍ବର ୨୪ରେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରୋଚକ। ଅନୀଲ ବିବାହ ପରେ ବି ବଲିଉଡ୍‌ ଅଭିନେତ୍ରୀ କିମି କାଟକରଙ୍କ ପ୍ରେମରେ ପାଗଳ ଥିଲେ ବୋଲି ଚର୍ଚ୍ଚା ହେଉଥିଲା। କିମିଙ୍କ ସହିତ ଫିଲ୍ମ କରିବା ପାଇଁ ବିଭିନ୍ନ ପ୍ରଯୋଜକଙ୍କ ସହିତ ଅନୀଲ କଥାବାର୍ତ୍ତା ମଧ୍ୟ କରୁଥିଲେ। କିମି-ଅନୀଲଙ୍କ ପ୍ରେମ କାହାଣୀ ନେଇ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ବଢ଼ିବାରେ ଲାଗିଲା। ଏହାକୁ ଅନୀଲଙ୍କ ସ୍ତ୍ରୀ ସୁନିତା କପୁର ପ୍ରଥମେ ଗୁଜବ ବୋଲି ଭାବୁଥିଲେ। ତେବେ ଦିନେ ସେ ଶୁଟିଂ ସେଟ୍‌ରେ ପହଞ୍ଚି କିମି-ଅନୀଲଙ୍କୁ ଅନ୍ତରଙ୍ଗ ଭାବେ ଗୋଟିଏ ରୁମ୍‌ରେ ବସିଥିବା ଦେଖିଥିଲେ। ସୁନିତା ଶୁଟିଂ ସେଟ୍‌ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଶେଷରେ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ର ସମାଧାନ ପାଇଁ ଅନୀଲ କିମିଙ୍କ ସହିତ ଆଉ ଫିଲ୍ମରେ ଅଭିନୟ କରି ନ ଥିଲେ।

Share