Categories: ଜାତୀୟ

ଅନୀଲ ଦେଶମୁଖ ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୨୭।୫: ଜେଲ୍‌ରେ ଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଶୁକ୍ରବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଶୁକ୍ରବାର ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଉଚ୍ଚ ରକ୍ତ ଚାପ ଓ କାନ୍ଧରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଜେଲ୍‌ରୁ ମୁମ୍ବାଇର କେଇଏମ୍‌ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ, ଏନ୍‌ସିପି ନେତା ଅନୀଲଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ସମେତ ଅନେକ ଅଭିଯୋଗ ରହିଥିଲା। ଏନେଇ ସିିବିଆଇ ଓ ଇଡି ତଦନ୍ତ ପରେ ୨୦୨୧ ଏପ୍ରିଲରେ ଅନୀଲଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା।

Share