Categories: ଜାତୀୟ

ବର୍ଷେ ପରେ ଜେଲ୍‌ରୁ ମୁକୁଳିଲେ ଅନିଲ ଦେଶମୁଖ

ମୁମ୍ବାଇ,୨୮।୧୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ବାହାରକୁ ଆସି ସେ ସମର୍ଥକଙ୍କୁ ହାତ ଯୋଡି ଅଭିବାଦନ ଜଣାଇଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ପରମବୀର ସିଂ ଏବଂ ସଚିନ ୱାଜେଙ୍କ ଅଭିଯୋଗ ମିଥ୍ୟା ଥିଲା ବୋଲି ଦେଶମୁଖ କହିଛନ୍ତି। ଡିସେମ୍ବର ୧୨ରେ ବମ୍ବେ ହାଇକୋର୍ଟ ଏକ ଲକ୍ଷ ଟଙ୍କା ବଣ୍ଡରେ ଅନିଲ ଦେଶମୁଖଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
ନଭେମ୍ବର ୨୦୨୧ ପରଠାରୁ ଅନିଲ ଦେଶମୁଖ ଜେଲରେ ଥିଲେ। ଅର୍ଥ ହେରଫେର ମାମଲାରେ ତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଦୁର୍ନୀତି ମାମଲାରେ ତାଙ୍କୁ ଚଳିତ ବର୍ଷ ଏପ୍ରିଲରେ ସିବିଆଇ ଗିରଫ କରିଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦେଶମୁଖ ଅସ୍ବୀକାର କରିଛନ୍ତି। ସେ ଦୀର୍ଘ ଦିନ ଧରି ମୁମ୍ବାଇର ଆର୍ଥର ରୋଡ ଜେଲରେ ନ୍ୟାୟିକ ହେପାଜତରେ ଥିଲେ। ଅକ୍ଟୋବରରେ ଇଡି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Share