ନୂଆଦିଲ୍ଲୀ,୬ ।୧୧: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା କମିବାର ନାଁ ନେଉନି । ଶନିବାର ସେସନ୍ସ କୋର୍ଟ ତାଙ୍କୁ ୧୪ ଦନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରାଡାରରେ ଆସିଥିଲେ ଅନିଲ ଦେଶମୁଖ । ଜୋଜବରଦସ୍ତ ଟଙ୍କା ଆଦାୟ କରିବା ଓ ମନି ଲଣ୍ଡରିଂ ମାମଲାରେ ଦେଶମୁଖଙ୍କୁ ନଭେମ୍ବର ୧ରେ ଗିରଫ କରାଯାଇଥିଲା । ଇଡି ସାମ୍ନାରେ ପଚରା ଉଚରା ସମୟରେ ସେ ଓଲଟା ସିଧା ଉତ୍ତର ଦେଇଥିଲେ । ଯାହା ଫଳରେ ଇଡିର ଅଧିକାରୀମାନେ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲେ ।