Categories: ଜାତୀୟ

ଅନୀଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ,୫।୪: ଶହେ କୋଟି ଟଙ୍କାର ବଟି ଆଦାୟ ମାମଲାରେ ହାଇକୋର୍ଟ ସିବିଆଇ ଯାଞ୍ଚ୍‌ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ସେ ନିଜର ଇସ୍ତଫା ପତ୍ର ପ୍ରଦାନ ନ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଇଛନ୍ତି। ଅନୀଲ ଉଦ୍ଧବଙ୍କ ସରକାରର ସହଯୋଗୀ ଏନ୍‌ସିପି ପକ୍ଷରୁ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ହାଇକୋର୍ଟଙ୍କ ରାୟ ପରେ ଏନ୍‌ସିପି ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନୀଲଙ୍କ ସମେତ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ସୁପ୍ରିୟା ସୁଲେ, ଅଜିତ ପାଓ୍ବାର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଥିଲେ।

 

Share