Categories: ଜାତୀୟ

ଇସ୍ତଫା ଦେବେ ନାହିଁ ମହାରାଷ୍ଟ୍ର ରାଜ୍ୟ ଗୃହ ମନ୍ତ୍ରୀ ଦେଶମୁଖ

ନୂଆଦିଲ୍ଲୀ,୨୧।୩ : ମୁମ୍ବାଇର ପୂର୍ବତନ କମିଶନର ପରମ ବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଜରିଆରେ ରାଜ୍ୟର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାମରେ ଆଣିଛନ୍ତି ଦୁର୍ନୀତି ଅଭିଯୋଗ। ଏହାପରେ ଏନ୍‌ସିପିର ବରିଷ୍ଠ ନେତା ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ଏନ୍‌ସିପିର ରାଜ୍ୟ ମନ୍ତ୍ରୀ ଜୟନ୍ତ ପାଟିଲ।

ଇସ୍ତଫା ଦେବାର କୌଣସି ପ୍ରଶ୍ନ ଉଠୁ ନାହିଁ। ଅଭିଯୋଗର ପ୍ରମାଣ ମିଳିଲେ ସେ ଇସ୍ତଫା ଦେବେ ବୋଲି ମନ୍ତ୍ରୀ। ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବ, ତାକୁ ଦଣ୍ଡିତ କରାଯିବ ବୋଲି ପାଟିଲ କହିଛନ୍ତି।

Share