ଅନିଲଙ୍କ ନାତିଙ୍କୁ ପୂରିଲା ୬ ମାସ, ଫଟୋ ଶେୟାର କରି ସୋନମ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର କିଛି ଦିନ ହେବ ପୁଅ ‘ବାୟୁ’ଙ୍କ ସହ ବ୍ୟସ୍ତ ଥିଲେ। ଆଜି ଅର୍ଥାତ୍‌ ଫେବୃୟାରୀ ୨୦ରେ ‘ବାୟୁ’ଙ୍କୁ ୬ ମାସ ପୂରଣ ହୋଇଛି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ଦେଇ ପୁଅ ‘ବାୟୁ’ଙ୍କର ଏକ ଝଲକ ଦେଖାଇଛନ୍ତି। ପୁଅକୁ ସବୁଠାରୁ ବଡ଼ ଆଶୀର୍ବାଦ ବୋଲି ଲେଖିଛନ୍ତି ସୋନମ।

ସୋନମ କପୁର ଏବଂ ଆନନ୍ଦ ଆହୁଜା ୨୦୧୮ରେ ବିବାହ କରିଥିଲେ। ଏହା ପରେ ଗତ ବର୍ଷ ଅଗଷ୍ଟ ୨୦ରେ ପୁଅ ‘ବାୟୁ’ ଜନ୍ମ ହୋଇଥିଲେ। ପୁଅ ଜନ୍ମ ପରେ ଅଭିନେତ୍ରୀ ବହୁତ ଖୁସି ଏବଂ ପୁଅ ସହ ଜଡ଼ିତ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅନେକ ସମୟରେ ଖୁସି ବ୍ୟକ୍ତ କରନ୍ତି। ବର୍ତ୍ତମାନ ପୁଅର ୬ ମାସ ପୂରଣ ହେବା ପରେ ସୋନମ ଏକ ଫଟୋ ଶେୟାର କରିଛନ୍ତି।

ଯେଉଁଥିରେ ସୋନମ ଏକ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ପୁଅ ତାଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି। ସୋନମ ଏବଂ ବାୟୁଙ୍କର ଏହି ଫଟୋ ଉପରୁ ନିଆଯାଇଛି, ଯେଉଁଥିରେ ଉଭୟଙ୍କ ଚେହେରା ଦେଖାଯାଉନାହିଁ। ଫଟୋରେ ସେ ଏୟାର ବଲ୍‌ ସହିତ ଖେଳୁଥିବା ନଜର ଆସିଛନ୍ତି। ସୋନମ ଏହି ଫଟୋରେ ଲେଖିଛନ୍ତି, ‘ବାୟୁ’୬ ମାସର। ମୋ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ। ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ଏବଂ ତୁମ ବାପା ଏହାଠାରୁ ଅଧିକ କିଛି ମାଗି ପାରି ନ ଥାନ୍ତୁ। ସୋନମ ପୁଅର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

Share