ଚିକିତ୍ସା ପାଇଁ ଜର୍ମାନୀରେ ଅଛନ୍ତି ଅନୀଲ କପୁର

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତା ଅନିଲ କପୁର ଅସୁସ୍ଥ ଅଛନ୍ତି। ସବୁବେଳେ ଫିଟ ରହୁଥିବା ଏହି ଅଭିନେତା ଏବେ ଜର୍ମାନୀରେ ଚିକିତ୍ସା ପାଇଁ ଅଛନ୍ତି । ଭିଡିଓ ଶେୟାର କରି ସେ ନିଜେ ଏହାର ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ବରଫ ରାସ୍ତାରେ ଚାଲିଚାଲି ଯାଉଥିବା ନଜର ଆସୁଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ‘ ବରଫରେ ପୁରା ପରଫେକ୍ଟ ଓ୍ବାର୍କ । ଆଜି ଜର୍ମାନୀରେ ଶେଷ ଦିନ । ଆଜି ମୋ ଚିକିତ୍ସାର ଶେଷ ଦିନରେ ଡ.ମୁଲରଙ୍କୁ ଭେଟିବାକୁ ଯାଉଛି । ତାଙ୍କ ପାଖରେ ସବୁଦିନ ପାଇଁ କୃତଜ୍ଞ ବୋଲି ସେ କହିଛନ୍ତି।

 

Share