ପରଦାରେ ହିଟ୍‌ ଥିଲା ଯୋଡ଼ି, ହେଲେ ଗୋଟିଏ ଝଟ୍‌କାରେ ମାଧୁରୀ ନେଇଥିଲେ ବଡ଼ ନିଷ୍ପତ୍ତି; ଜାଣିଲେ…

ବମ୍ବେ: ଏକ ସମୟରେ ବଡ଼ ପରଦାର ହିଟ୍‌ ଯୋଡ଼ିଙ୍କ ମଧ୍ୟରେ ଗଣା ହେଉଥିଲେ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଉଭୟଙ୍କ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେଉଥିଲା। ଦର୍ଶକମାନେ ଦୁହିଁଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରି ରହୁଥିଲେ। ‘ବେଟା’, ‘ରାମ ଲଖନ’, ‘ଜମାଇ ରାଜା’, ‘ଖେଲ’ ଏବଂ ‘ତେଜାବ’ ଭଳି କିଛି ଫିଲ୍ମ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ହେଲେ ହଠାତ ଏହି ଯୋଡ଼ି ବଡ଼ ପରଦାରୁ ଗାଏବ ହୋଇଯାଇଥିଲେ। ଦର୍ଶକଙ୍କ ପାଇଁ ଏହା ବଡ଼ ଝଟ୍‌କା ଥିଲା।

କହିବାକୁ ଗଲେ ଅନିଲ-ମାଧୁରୀଙ୍କ ଏଭଳି ଅଦୃଶ୍ୟ ହୋଇଯିବା ପଛରେ ବଡ଼ କାରଣ ଥିଲା। ସେତେବେଳେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଥିଲା। ଅନିଲ କିନ୍ତୁ ପୂର୍ବରୁ ବିବାହିତ ଏବଂ ତାଙ୍କର ସନ୍ତାନ ଜନ୍ମ ହୋଇସାରିଥିଲେ। ଏମିତିରେ ସ୍ତ୍ରୀ ସୁନୀତା କପୁରଙ୍କ ପାଖରେ ଏହି ଖବର ପହଞ୍ଚିଯାଇଥିଲା।

ଥରେ ସୁନୀତା ପିଲାମାନଙ୍କୁ ଧରି ସ୍ବାମୀ ଅନିଲଙ୍କ ଏକ ଫିଲ୍ମର ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିଲେ ମାଧୁରୀ। ପରିବାର ସହ ଅନିଲଙ୍କୁ ଦେଖିବା ପରେ ମାଧୁରୀଙ୍କୁ କିଛି ଭଲ ଲାଗି ନ ଥିଲା। ସେହି ସମୟରେ ଅନିଲଙ୍କ ସହ କାମ କରିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଥିଲେ। କାରଣ ତାଙ୍କ ପାଇଁ ଅଭିନେତାଙ୍କ ପରିବାର ଭାଙ୍ଗୁ ବୋଲି ସେ ଚାହୁଁ ନ ଥିଲେ।

୧୯୮୯ରେ ଏକ ସାକ୍ଷାତକାରରେ ମାଧୁରୀଙ୍କୁ ଅନିଲଙ୍କୁ ବିବାହ କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ମାଧୁରୀ କହିଥିଲେ ‘ନା’। ଅନିଲ ବହୁତ ସମ୍ବେଦନଶୀଳ ବ୍ୟକ୍ତି ହୋଇଥିବାରୁ ସେ ସେଭଳି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁ ନ ଥିବା କହିଥିଲେ।

ଏହି ଘଟଣାକୁ ଅନେକ ବର୍ଷ ବିତିଗଲାଣି। ଉଭୟ ପରସ୍ପରର ବୈବାହିକ ଜୀବନରେ ଆଗକୁ ବଢ଼ିଛନ୍ତି। ତେବେ ଦୁହେଁ ୨୦୧୯ରେ ଫିଲ୍ମ ‘ଟୋଟାଲ ଧମାଲ’ରେ ନଜର ଆସିଥିଲେ।

Share