ଦ ନାଇଟ ମ୍ୟାନେଜରରେ ଏକାଠି ନଜର ଆସିବେ ଅନିଲ-ଆଦିତ୍ୟ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଆଗାମୀ ଷ୍ଟ୍ରିମିଂ ଶୋ’ ଦ ନାଇଟ ମ୍ୟାନେଜରରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଅନିଲ କପୁରଙ୍କ ସହ ଏଥିରେ ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲା, ତିଳୋତ୍ତମା ଶୋମ, ଶାଶ୍ୱତ ଚାଟାର୍ଜୀ ଓ ରବି ବେହେଲ ବି ନଜର ଆସିବେ ।
ଏ ସମ୍ପର୍କରେ କଥା ହୋଇ ଅନିଲ କୁହନ୍ତି, ମୋତେ ସବୁବେଳେ ଭିନ୍ନ ଭିନ୍ନ କଣ୍ଟେଣ୍ଟ ଓ ଚରିତ୍ରରେ କାମ କରିବାକୁ ଭଲ ଲାଗେ । ପ୍ରଥମଥର ମୁଁ ଯେତେବେଳେ ସ୍କ୍ରିପ୍ଟ ପଢିଲି ସେତେବେଳେ ମୋତେ ଶୈଳି ରୁଂଗଟା ଚରିତ୍ର ଭଲ ଲାଗିଥିଲା ।
ଅନିଲ କହିଛନ୍ତି ଶୈଳି ରୁଂଗଟା ଜଣେ ଶକ୍ତିଶାଳୀ ବ୍ୟକ୍ତି, ଜଣେ ପରୋପକାରୀ ଓ ଶୋ ଭଳି ଅଗୋଚର ବିପଦ ସହ ବୁଦ୍ଧି ଓ ଖଳର ଏକ ସଠିକ ସନ୍ତୁଳନ । ମୁଁ ଉଦ୍ଦ୍ୟୋଗର କେତେଜଣ ଭଲ ଲୋକଙ୍କ ସହ କାମ କରିବାର ଆନନ୍ଦ ନେଇଛି । ଦ ନାଇଟ ମ୍ୟାନେଜରର ନିର୍ମାଣ ଓ ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ମୋଦି ଏହାର ସହ ନିର୍ଦ୍ଦେଶନା ଦେଇଛନ୍ତି ପ୍ରିୟଙ୍କା ଘୋଷ ।
ଅନିଲ କପୁରଙ୍କ ସହ ଅଭିନେତା ଆଦିତ୍ୟ ରୟ କପୁର, ଯିଏକି ଶୋ’ର ମୁଖ୍ୟ ଭୂମିକାରେ ନଜର ଆସିବେ, ସେ ଏକ ବୟାନରେ କହିଛନ୍ତି ମୁଁ ସବୁବେଳେ ଏମିତି ସିରିଜରେ ଏମିତି ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲି । ଆଉ ଯେତେବେଳେ ଏଥିପାଇଁ ମୋତେ ସମ୍ପର୍କ କରାଗଲା, ଦ ନାଇଟ ମ୍ୟାନେଜରରେ ଶୀର୍ଷ ଭୂମିକାର ଅଫର ମିଳିଲା, ମୁଁ ଜାଣିଥିଲି ଏହା ହେଉଛି ସେହି ଚରିତ୍ର ଯାହାକୁ ମୁଁ ଖୋଜୁଥିଲି ।
ଦ ଇଙ୍କ ଫ୍ୟାକ୍ଟ୍ରି ଓ ବନିଜୟ ଏସିଆ ଦ୍ୱାରା ନିର୍ମିତ ଏହି ସିରିଜ ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ ହେବ ।

Share