ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଅନ୍ତି ଅନିଲ କପୁର? ଅଭିନେତା କହିଲେ…

ବମ୍ବେ: ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବଲିଉଡ୍‌ ଅଭିନେତା ଅନିଲ କପୁର ଏଭଳି ଜଣେ ଅଭିନେତା ଯାହାଙ୍କୁ ଦେଖିଲେ ଲାଗେ ବୟସ ବଢ଼ୁଛି ହେଲେ ଏବେ ବି ସେ ଯୁବକ। ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ପ୍ରଶଂସକ ଏହା ପଛର କାରଣ ଜାଣିବାକୁ ଚେଷ୍ଟା କରିଥାନ୍ତି।

ନିକଟରେ ଅରବାଜ ଖାନଙ୍କ ଟକ୍‌ ଶୋ’ ‘ପିନ୍ଚ’ରେ ଅନିଲ କପୁର ଯୋଗ ଦେଇଥିଲେ। ଏଥିରେ ଅଭିନେତା ଜୀବନର କିଛି ଖଟାମିଠା ସ୍ମୃତି ସହ ଫିଟ୍‌ନେସ୍‌ର ରହସ୍ୟ ବିଷୟରେ କହିଥିଲେ। ଯୁବକ ଭଳି ଦେଖାଯିବା ଲାଗି ଅନିଲ ସବୁବେଳେ ପ୍ଲାଷ୍ଟିକ୍‌ ସର୍ଜନଙ୍କୁ ସାଙ୍ଗରେ ରଖନ୍ତି। ଏଥିସହ ସାପ ରକ୍ତ ମଧ୍ୟ ପିଇଥାନ୍ତି ବୋଲି କୁହାଯାଏ। ଏହାକୁ ନେଇ ଭିଡିଓ ଦେଖିବା ପରେ ଅନିଲ ମଜାଦାର ଜବାବ ଦେଇଛନ୍ତି। ଭଗବାନ ତାଙ୍କୁ ବହୁତ କିଛି ଦେଇଛନ୍ତି ବୋଲି କହିବା ସହ ଶୋ’କୁ ମୁଁ ମୁଣ୍ଡନ କରି ଆସିଛି। ହେୟାର ଟ୍ରାନ୍ସପ୍ଲାଣ୍ଟ ଚାଲୁଛି। ଯିଏ ଚାହୁଁଛି ସେ ଆସି ନେଇପାରିବ। ଏହା ଶୁଣି ଅରବାଜ ହସିବାରେ ଲାଗିଛନ୍ତି।

Share