ଅନିଲ କପୁରଙ୍କୁ ପ୍ରଶଂସକ କହିଲେ ବାପ-ଝିଅ ଟଙ୍କା ପାଇଁ କିଛି ବି କରିଦେବେ: ଜବାବ ମିଳିଲା ଏମିତି

ବଲିଉଡ୍‌ ଅଭିନେତା ଅନିଲ କପୁର ଖୁବ ଶୀଘ୍ର ଅରବାଜ ଖାନଙ୍କ ଚାଟ ଶୋ ‘ପିଚ ୨’ରେ ନଜର ଆସିବେ। ଏହାର ପ୍ରୋମୋ ରିଲିଜ ହୋଇଛି ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଏହି ଚାଟ ଶୋ’ର ପ୍ରୋମୋରେ ଅନିଲ କପୁରଙ୍କ ସଂପୂର୍ଣ୍ଣ ଶାନ୍ତ ଅବତାର ଦେଖିବାକୁ ମିଳୁଛି। ପ୍ରୋମୋରେ ଦର୍ଶାଯାଇଛି ଯେ, ଅରବାଜ ଖାନ ଅନିଲ କପୁରଙ୍କ ଅଭିନୟ ଦକ୍ଷତା ଉପରେ ପ୍ରଶ୍ନ କରିବା ସହ ଝିଅ ସୋନମ କପୁର ଏବଂ ତାଙ୍କ ସ୍ତ୍ରୀ ସୁନୀତା କପୁରଙ୍କ ବିଷୟରେ ପଚାରିଛନ୍ତି। କିନ୍ତୁ ଅନିଲ ଏଥିରେ ସମ୍ପୂର୍ଣ୍ଣ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗୋଟିଏ ପ୍ରଶ୍ନରେ ଦର୍ଶକ ଅନିଲଙ୍କ ପଚାରିଛନ୍ତି ବାପ-ଝିଅ ଯୋଡି ଟଙ୍କା ପାଇଁ କିଛି କରିପାରିବେ। ଏହାର ଜବାବରେ ଅନିଲ କହିଛନ୍ତି ଯେ, ବୋଧହୁଏ ସେମାନଙ୍କର ଖରାପ ଦିନ ହେବ କିମ୍ବା ସେମାନେ ଦୁଃଖିତ ହେବେ। ଯଦି ଆପଣ କାହା ବିଷୟରେ ଜାଣି ନାହାଁନ୍ତି, ତେବେ ଆପଣ ଏହା ଉପରେ ଆପଣଙ୍କର ମତାମତ ଦେବା ଉଚିତ୍‌ ନୁହେଁ। ଏଥି ସହିତ, ଜଣେ ପ୍ରଶଂସକ ମଧ୍ୟ ଅନିଲଙ୍କୁ ୬୪ ବର୍ଷ ବୟସରେ ଏତେ ଫିଟ ଏବଂ ଯୁବକ ଦେଖାଯିବାର ରହସ୍ୟ ପଚାରିଥିଲେ, ଯାହା ଉପରେ ସେ ହସକି କହିଥିଲେ ଯେ, ଦର୍ଶକମାନେ ଟଙ୍କା ଖର୍ଚ୍ଚ କରି ଆମକୁ ଦେଖିବାକୁ ଆସନ୍ତି ଏବଂ ଯଦି ଆମେ ଭଲ ଦେଖା ନ ଯିବୁ ତେବେ କାହିଁକି ସେମାନେ ଆସିବେ? ଅରବାଜ ଖାନଙ୍କ ଚାଟ ଶୋ’ର ‘ପିଚ ୨’ ଏହା ଦ୍ୱିତୀୟ ସିଜନ। ପ୍ରଥମ ସିଜିନକୁ ମଧ୍ୟ ଲୋକମାନେ ପସନ୍ଦ କରିଥିଲେ ଏବଂ ଦ୍ୱିତୀୟ ସିଜିନ ବିଷୟରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି।

Share