ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ଅନୀଲ କପୁର

ମୁମ୍ବାଇ,୧୦।୯-ତେଲୁଗୁ ଫିଲ୍ମମରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ଅନୀଲ କପୁର। ମହେଶ ବାବୁଙ୍କ ଆଗାମୀ ତେଲୁଗୁ ଫିଲ୍ମ ସରକାରୁ ଭାରି ପାତାରେ ସେ ନେଗେଟିଭ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି।
ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ ନଜର ଆସିବେ ସୁପରଷ୍ଟାର ମହେଶ ବାବୁ। ଦଶହରା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବା ସମ୍ଭାବନା ରହିଛି । ଆମେରିକାରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ହେବ। ଏ ନେଇ ଭିସା ଆବେଦନ ହୋଇସାରିଥିବା ଜଣାପଡିଛି।

Share