ଝିଅ ସୋନମଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଆଜି ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ଦିନରେ ପିତା ତଥା ଅଭିନେତା ଅନିଲ କପୁର ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭକାମନା ଜଣାଇଛନ୍ତି।

ସୋସିଆଲ ମିଡିଆରେ ଅନିଲ କିଛି ଥ୍ରୋବ୍ୟାକ୍‌ ଫଟୋ ସହିତ ଝିଅ ସୋନମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଦିନଟିକୁ ସ୍ବତନ୍ତ୍ର କରିବା ପାଇଁ ସେ ସୋନମଙ୍କ ପାଇଁ ଏକ ବିଶେଷ ନୋଟ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ‘ସୋନମ ଏ ବର୍ଷ ତୁମ ଜନ୍ମଦିନ ଏକାଠି ପାଳନ ନ କରିବାର କାରଣ ଯାହା ବି ହୋଇ ଥାଉନା କାହିଁକି ଆଶା ଆଗାମୀ ବର୍ଷକୁ ମୋ ଛୋଟ ରାଜକୁମାର କିମ୍ବା ରାଜକୁମାରୀଙ୍କୁ ନିଶ୍ଚିତ କୋଳରେ ଧରିବି।

ସୋନମ ଏବେ ଲଣ୍ଡନରେ ଅଛନ୍ତି। ସେ ଗର୍ଭବତୀ ଥିବାରୁ ଏହିଦିନଗୁଡ଼ିକୁ ସେଠାରେ ଖୁବ୍‌ ଏନ୍‌ଜୟ କରୁଛନ୍ତି।

Share