ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବାପା ରୋଲ କରିବାକୁ ଚାହୁଁ ନ ଥିଲେ ଅନିଲ କପୁର, କାରଣ ଜାଣିଲେ…

ଜୋୟା ଅଖତରଙ୍କ ଫିଲ୍ମ ‘ଦିଲ୍‌ ଧଡ୍‌କନେ ଦୋ’ରେ ଅଭିନେତା ଅନିଲ କପୁର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ। ନିକଟରେ ଏକ ସାକ୍ଷାତକାର ସମୟରେ ଅନିଲ କହିଛନ୍ତି ଯେ, ସେ ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ପିତା ଭୂମିକାରେ ଅଭିନୟ କରିବାକୁ ଚାହୁଁନ ଥିଲେ। ଅନିଲ କହିଛନ୍ତି, କାରଣ ଏହି ଚଳଚ୍ଚିତ୍ର ପୂର୍ବରୁ ପ୍ରିୟଙ୍କାଙ୍କ ବିପରୀତ ଭୂମିକା ଅଫର ତାଙ୍କ ନିକଟକୁ ଆସିଥିଲା।

ଏକ ସାକ୍ଷାତକାରରେ ଅନିଲ କହିଛନ୍ତି ଯେ ଏହା ମୋର ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଫିଲ୍ମରେ ବୟସ୍କ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲି। ଯେତେବେଳେ ମୋତେ ”ଦିଲ୍‌ ଧଡକନେ ଦୋ“ ଫିଲ୍ମରେ ପ୍ରିୟଙ୍କାଙ୍କ ପିତାଙ୍କ ଭୂମିକା ପ୍ରଦାନ କରାଯାଇଥିଲା, ସେତେବେଳେ ମୁଁ ଏହା କରିବାକୁ ଦ୍ୱିଧା ଅନୁଭବ କଲି। କାରଣ ଏହି ଚଳଚ୍ଚିତ୍ର ପୂର୍ବରୁ ତାଙ୍କ ପ୍ରିୟଙ୍କାଙ୍କ ସହ ରୋମାନ୍ସ କରିବାକୁ ଅଫର ମିଳିଥିଲା।

ପରେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନଙ୍କ ପ୍ରବର୍ତ୍ତନରେ ସେ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲେ। ହର୍ଷବର୍ଦ୍ଧନ ତାଙ୍କ ବାପାଙ୍କୁ ବୁଝାଇଥିଲେ ଯେ, ସେ ପ୍ରକୃତରେ ପ୍ରିୟଙ୍କାଙ୍କ ପିତା ନୁହଁନ୍ତି, ତାଙ୍କୁ ଏକ ଚରିତ୍ରରେ ଅଭିନୟ କରିବାକୁ ପଡିବ ।

Share