ନାତିଙ୍କ ଫଟୋ ଶେୟାର କରି ଅନିଲ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତା ଅନିଲ କପୁର ନାତି ବାୟୁଙ୍କ ସହ ତାଙ୍କର ଦୁଇଟି ଫଟୋ ଶେୟାର କରିଛନ୍ତି। ସବୁଥର ପରି ଏଥର ମଧ୍ୟ ସେ ନିଜ ପ୍ରିୟ ନାତିଙ୍କ ଚେହେରା ଦେଖାଇ ନାହାନ୍ତି। ପ୍ରଥମ ଫଟୋରେ ଅନିଲ ସୋଫା ଉପରେ ବାୟୁ ସହିତ ବସିଥିବାର ଦେଖିବାକୁ ମଳିଛି ଏବଂ ବାୟୁଙ୍କ ମୁହଁ କଳା ଟୋପିରେ ଘୋଡ଼େଇ ହୋଇଛି।

ଦ୍ୱିତୀୟ ଫଟୋରେ ଅନିଲ ବାୟୁଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି। ଏହି ସମୟରେ ସୋନମ ମଧ୍ୟ ପାଖରେ ଅଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, କୌଣସି ବିତର୍କ ନାହିଁ, ବାୟୁ ଏହି ଟୋପି ଭଲ ଭାବରେ ପିନ୍ଧନ୍ତି। # ବସ୍‌ ବାବି # ମିସିଙ୍ଗ ବାୟୁ। ବାପାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ସୋନମ କପୁର ଲେଖିଛନ୍ତି, ଅଜା ବାୟୁ ତୁମକୁ ଏବଂ ତୁମର ଟୋପି ମଧ୍ୟ ବହୁତ ମିସ୍‌ କରୁଛି।

ସୋନମ ଗତ ବର୍ଷ ପୁଅ ବାୟୁଙ୍କୁ ଜନ୍ମ ଦେଇଥିଲେ। ତିନିମାସ ପୂର୍ବେ ଅର୍ଥାତ୍‌ ଅଗଷ୍ଟରେ ଅଭିନେତ୍ରୀ ପୁଅର ପ୍ରଥମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଉତ୍ସବରେ ଆହୁଜା ଏବଂ କପୁର ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Share