ମାନେକା ଗାନ୍ଧୀ
ଭାରତର ସବୁଠୁ ସମୃଦ୍ଧ ସମୁଦାୟ (ଜୈନମାନେ) ଏବଂ ଅମ୍ବାନୀ, ବିର୍ଲା, ଜିନ୍ଦଲ, ଓସ୍ଓ୍ବାଲ, ମୁଞ୍ଜାଲ, ହିନ୍ଦୁଜା, ଅଦାନୀ ଭଳି ପ୍ରତିଷ୍ଠିତ ବିଜ୍ନେସ ପରିବାରଗୁଡ଼ିକ ସମସ୍ତେ ଶାକାହାରୀ-ଏହା ଏକ ସଂଯୋଗ ହୋଇ ନ ପାରେ ବୋଲି ମୁଁ ସବୁବେଳେ ମାନି ଆସିଛି। ସ୍ପଷ୍ଟତଃ କର୍ମର ନିୟମ ହିଁ କାମ କରେ। ତୁମେ ଯେତେ କମ୍ କ୍ଷତି କରିବ, ସେତେ ଅଧିକ ପାଇବ। ମୁଁ ଗୋଟିଏ କଥାରେ ସବୁବେଳେ ନୈରାଶ୍ୟ ଭାବ ଅନୁଭବ କରେ। ତାହା ହେଉଛି ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ରହିଥିଲେ ବି ଅଥର୍ର୍ବଳକୁ ସେମାନଙ୍କ ବିଶ୍ୱାସର ମୂଳ ସିଦ୍ଧାନ୍ତର ମୁଖ୍ୟ ଧାରା କୁହାଯାଉଥିତ୍ତ୍ବା ଅହିଂସା କ୍ଷେତ୍ରରେ ବ୍ୟବହାର କରିନାହାନ୍ତି। ଆମେରିକାର ଇହୁଦୀମାନେ କିନ୍ତୁ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେମାନେ ଧନବଳରେ ସେମାନଙ୍କ କର୍ମ ଓ ସିଦ୍ଧାନ୍ତକୁ ଆଗକୁ ବଢ଼ାଇଛନ୍ତିି ଓ ଏହାକୁ ବିଶ୍ୱରେ ବିଧିସମ୍ମତ କରିବା ସହ ଚର୍ଚ୍ଚାକୁ ମଧ୍ୟ ଆଣିପାରିଛି। ଜୈନମାନେ ସମାଜର ଭଲ ଲାଗି ଏକ ସଶକ୍ତ ବଳ ହୋଇପାରିଥାଆନ୍ତେ, କିନ୍ତୁ ସେମାନେ ସେମାନଙ୍କ ବିଶ୍ୱାସରୁ ବ୍ୟବସାୟକୁ ସମ୍ପୂର୍ଣ୍ଣ ଅଲଗା କରି ରଖିଛନ୍ତି। ଆବଶ୍ୟକତାଠାରୁ ଅଧିକ ଦାନର ଲୋଡାନାହିଁ। ସେମାନେ କେତେ ଦାନୀ ବା କେତେ ପରିମାଣ ଦାନ କରୁଛନ୍ତି ସେଥିରେ କିଛି ନାହିଁ, ବରଂ ଦରକାର ସବୁ ବ୍ୟବସାୟିକ କାରବାର ଏବଂ ନିଷ୍ପତ୍ତିରେ ଅହିଂସା ନୀତିର ଏକ ସ୍ଥିର, ସାର୍ଥକ ଏବଂ ସଂଗଠିତ ସମାୟୋଜନ। ଏହା ଇନଭେଷ୍ଟିଂ ଇନ୍ ଏଥିକ୍ସ ବା ନୈତିକତାରେ ନିବେଶ ନୁହେଁ,କିନ୍ତୁ ନିବେଶରେ ନୈତିକତାର କଥା। ଏଥିକାଲ ଇନଭେଷ୍ଟଂ ବା ପ୍ରାଣୀ, ସମାଜ ତଥା ପରବେଶ ଉପରେ ସକାରାମତ୍କ ପ୍ରଭାବ ପକାଉଥିବା କମ୍ପାନୀ, ସଂସ୍ଥା କିମ୍ବା ଫଣ୍ଡ୍ରେ ନିବେଶ ହିଁ ଆମ ପୃଥିବୀକୁ ସମସ୍ତଙ୍କ ପାଇଁ ଦୟାଳୁ, ସ୍ବଚ୍ଛ, ସୁସ୍ଥ କରିପାରିବ।
ସ୍ବାଧୀନତା ପ୍ରାପ୍ତିର ଠିକ୍ ପରେ ଜୈନମାନେ ଷ୍ଟକ୍ ମାର୍କେଟ ଦଖଲ କରିନେଲେ। ସେମାନେ ମାଂସ କିମ୍ବା ମାଂସଜାତୀୟ ଉପତ୍ାଦ କିମ୍ବା କୌଣସି ପ୍ରାଣୀ ହିଂସା ସହ ଜଡିତ କମ୍ପାନୀରେ ନିବେଶ ନ କରିବା ଲାଗି ସ୍ଥିର କଲେ। କିନ୍ତୁ ସେମାନଙ୍କର ଏଭଳି ଚିନ୍ତାଧାରା ମାତ୍ର କିଛି ବର୍ଷ ରହିଲା ଏବଂ ଜୈନମାନେ ଜିଲେଟିନ ଏବଂ ବୋନ୍ କମ୍ପାନୀ ଓ ପୋରସେଲେନ କିମ୍ବା ବୋନ ଚାଇନା ଭଳି ପ୍ରାଣିଜ ଉପତ୍ାଦ ଉପଯୋଗ କରୁଥିବା କମ୍ପାନୀଗୁଡ଼ିକର ମାଲିକ ହୋଇଗଲେ। ସେମାନଙ୍କ ମଧ୍ୟରୁ ଅନେକ ଖଣି ଏବଂ ଖଣି ସହ ସମ୍ବନ୍ଧିତ ଜୁଏଲେରୀ କମ୍ପାନୀଗୁଡ଼ିକର ମାଲିକ ହୋଇ ବସିଗଲେ। ବହୁ ବର୍ଷ ତଳେ ହେମନ୍ତ କୋଠାରି ଏକ ଏଥିକାଲ ଇନଭେଷ୍ଟମେଣ୍ଟ ଫଣ୍ଡ୍ ଆରମ୍ଭ କରିବାକୁ ଚାହିଁଥିଲେ। କିନ୍ତୁ ତାହା ପରାମର୍ଶଦାତା ପର୍ଯ୍ୟାୟରେ ସୀମିତ ରହିଗଲା। ଏଥିତ୍କ୍ସକୁ ନେଇ ଜଟିଳ ସମସ୍ୟା ଦେଖାଦେଲା। ଦେଖିତ୍ବାକୁ ଗଲେ ପୃଥିତ୍ବୀରେ ସବୁ ବିଜ୍ନେସ କ୍ଷତିକାରକ।
ନିର୍ମାଣ କାର୍ଯ୍ୟ, ରେଳ ଲାଇନ ବିଛାଇବା, ସିମେଣ୍ଟ, ରାସାୟନିକ କିମ୍ବା କାଗଜ ତିଆରି ଆଦି କାର୍ଯ୍ୟରେ ପୃଥିବୀର କ୍ଷତି ହେଉଛି। ମୋତେ ଏହି ଫଣ୍ଡ୍ରେ ରହିବାକୁ କୁହାଯାଇଥିଲା। ପରିବେଶ ଉପରେ ଗଭୀର ଅନୁଧ୍ୟାନ କରିବା ସହ ଏଥିରେ ଥିତ୍ବା ଜଟିଳତା ଦୂର କରି ଲେକମାନଙ୍କ ପାଇଁ ନିବେଶ କରିବାକୁ ଏକ ମୌଳିକ ନିୟମ ଗଢ଼ିବା ନିମନ୍ତେ ଏହା ଏକ ଉପଯୁକ୍ତ କ୍ଷେତ୍ର ଥିତ୍ବାରୁ ଏଥିରେ କାମ କରିବାକୁ ମଁୁ ଭାରି ଆଗ୍ରହୀ ଥିଲି। କିନ୍ତୁ ଦୁଃଖର କଥା ନିବେଶ ପାଣ୍ଠି ଗଢ଼ାଯାଇ ପାରିଲା ନାହିଁ। ବିଗତ ବର୍ଷଗୁଡ଼ିକରୁ ଏବେ ଯାଏ ମଁୁ ବିଶ୍ୱର ପ୍ରଥମ ନିର୍ଯାତନା ମୁକ୍ତ ଏବଂ ଜଳବାୟୁ ସଚେତନାଭିତ୍ତିକ ଏକ୍ସଚେଞ୍ଜ ଟ୍ରେଡ୍ ଫଣ୍ଡ୍ (ଇଟିଏଫ୍) ବିଷୟରେ କହିଆସୁଛି। ଏହା ଭାରତୀୟମାନଙ୍କ ପାଇଁ ଏକ ମଡେଲ ଭଳି କାମ କରିବ ବୋଲି ମୋର ଆଶା।
କିଛି ପରିବର୍ତ୍ତନ ବି ହୋଇଛି। ୨୦୧୭ରେ ତିନିଜଣ ସ୍ମାର୍ଟ ଏବଂ ଶୁଦ୍ଧଶାକାହାର ଉପରେ ନିବେଶ କରୁଥିବା ବ୍ୟବସାୟୀ ତଥା ବିଶେଷଜ୍ଞ ‘ବିୟଣ୍ଡ ଇନଭେଷ୍ଟ୍ମେଣ୍ଟ’ ଗଠନ କରିଥିଲେ। ଏହା ଆମେରିକାର ଏକ ପଞ୍ଜୀକୃତ ନିବେଶ ପରାମର୍ଶଦାତା ପ୍ଲାଟଫର୍ମ। ଏହାର ସିଇଓ କ୍ଲାରି ସ୍ମିଥ୍। ଅଷ୍ଟ୍ରେଲିଆରେ ‘କ୍ରୁଏଲିଟି ଫ୍ରି ସୁପର’ର ପ୍ରତିଷ୍ଠାତା ତଥା ଇଂଲଣ୍ଡର ଅର୍ଥ ପରାମର୍ଶଦାତା ଓ ଏଥିକାଲ ଇନ୍ଭେଷ୍ଟର ଲି କୋଏଟସ ଏବଂ ଲଣ୍ଡନସ୍ଥିତ ‘ଅରିଏଲ ଇନ୍ଭେଷ୍ଟର୍ସ’ର ପ୍ରତିଷ୍ଠାତା ଲାରି ଆବେଲଙ୍କର ଇମ୍ପାକ୍ଟ ଇନଭେଷ୍ଟମେଣ୍ଟ ବା ପ୍ରାଣୀ ଓ ପରିବେଶ ତଥା ସାମାଜିକ ଏବଂ ଅର୍ଥନତିକ କ୍ଷେତ୍ର ପାଇଁ ଉପଯୋଗୀ କମ୍ପାନୀର ନେତୃତ୍ୱ ନେବାରେ ଦକ୍ଷତା ଓ ଅଭିଜ୍ଞତା ରହିଛି। ଏହି ତିନି ଜଣ ଏଥିକାଲ ଇନଭେଷ୍ଟ୍ମେଣ୍ଟ ପାଇଁ ଯେଉଁ ମାର୍ଗ ଦେଖାଇଛନ୍ତି ତାହାକୁ ଏକ ଆର୍ଥିକ କ୍ରାନ୍ତି କୁହାଯାଇପାରେ। ବିୟଣ୍ଡ ଇନ୍ଭେଷ୍ଟିଂ ପ୍ରାଣୀ, ମଣିଷ ଓ ପୃଥିବୀ ପ୍ରତି କ୍ଷତିକାରକ ତଥା ଅନୀତି କାର୍ଯ୍ୟରେ ଲିପ୍ତ କମ୍ପାନୀଗୁଡ଼ିକୁ ଦୂରେଇ ରଖେ। ପ୍ରାଣୀ ନିର୍ଯାତନା, ଶିଶୁ ଶ୍ରମିକ, ଅଧିତ୍କ କାର୍ବନ ନିର୍ଗମନ କରୁଥିବା ଜୈବ ଇନ୍ଧନ, ଏକକ ବ୍ୟବହୃତ ପ୍ଲାଷ୍ଟିକ ଏବଂ ପରିବେଶ ଉପରେ ନକାରାମତ୍କ ପ୍ରଭାବ ପକାଉଥିତ୍ବା ଅନ୍ୟ ସବୁ କାର୍ଯ୍ୟ ବା ବ୍ୟବସାୟକୁ ବନ୍ଦ କରିବା ଲାଗି ଏହାର କଠୋର ଚୟନ ପଦ୍ଧତି କାର୍ଯ୍ୟ କରୁଛି। ପରିବେଶ ଓ ପ୍ରାଣୀମାନଙ୍କୁ କ୍ଷତି ପହଞ୍ଚାଉଥିବା କମ୍ପାନୀଗୁଡ଼ିକର କାର୍ଯ୍ୟ କମ୍ କରିବା ସହ ତାହାକୁ ସକାରାମତ୍କ ଦିଗକୁ ଆଣିବା ବିୟଣ୍ଡ ଇନ୍ଭେଷ୍ଟ ଚାପ ପକାଏ। କମ୍ପାନୀଗୁଡ଼ିକର କାର୍ଯ୍ୟରେ କିଛି ପରିବର୍ତ୍ତନ ଲାଗି ଏଥିରେ ଯେ କୌଣସି ପ୍ରକାର ଇନ୍ଭେଷ୍ଟରକୁ ନିଯୁକ୍ତିର ସୁବିଧା କରାଯାଇଛି । ଅନ୍ୟ ଇନଭେଷ୍ଟରମାନେ ବି କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବା ଲାଗି ଏଥିତ୍ରେ ସେମାନଙ୍କ ଅଂଶ ଲଗାଇ ପାରିବେ। ଏସବୁ କମ୍ପାନୀ ସେମାନଙ୍କ ଅଂଶ ଡଲାରରେ କରିପାରିବେ। ସେମାନଙ୍କ ଅଭିଯାନର କେତୋଟି ଦୃଷ୍ଟାନ୍ତରୁ ଏହା ସ୍ପଷ୍ଟ ହୋଇଛି। ଆପଲ ଆଣ୍ଡ୍ ଭରିଜୋନକୁ ସେମାନଙ୍କ ଷ୍ଟୋରଗୁଡ଼ିକରେ ଚମଡ଼ା ସାମଗ୍ରୀ ବିକ୍ରି ବନ୍ଦ କରିବାକୁ ଓ ଫୋର୍ଡ ଏବଂ ଜେନେରାଲ ମୋଟର୍ସକୁ ସେମାନଙ୍କ କାରର ଇଣ୍ଟିରିୟର ପାଇଁ ଚମଡ଼ା ଜିନିଷ ଉପଯୋଗ ବନ୍ଦ କରିବାକୁ କୁହାଯାଇଛି।
ଗୋଟିଏ ବର୍ଷ ତଳେ ବିୟଣ୍ଡ ଇନ୍ଭେଷ୍ଟିଂ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ୟୁଏସ୍ ଭିଗନ କ୍ଲାଇମେଟ ଇଟିଏଫ୍( ଭିଗନ) ଆରମ୍ଭ କରିଛି। ଏଥିତ୍ରେ ନିବେଶକଙ୍କ ପାଇଁ ଏକ ଏଥିତ୍ତ୍କାଲ ବିତ୍ତୀୟ ବିକଳ୍ପ ରଖାଯାଇଛିି। ଭିଗନ ବା ଶୁଦ୍ଧଶାକାହାର ଏବଂ ପରିବେଶ ସଚେତନତା ନୀତିକୁ ନେଇ ଯାଞ୍ଚ କରି ବିଭିନ୍ନ ବର୍ଗରେ ଥିବା କମ୍ପାନୀଗୁଡ଼ିକୁ ବାହାର କରିଦେଉଛି। ନିବେଶ ବର୍ଗରେ ଜୈବ ଇନ୍ଧନ ଏବଂ ଅନ୍ୟ କାର୍ଯ୍ୟଦ୍ୱାରା ପରିବେଶକୁ କ୍ଷତି କରୁଥିତ୍ବା କମ୍ପାନୀଗୁଡ଼ିକୁ ବାଦ୍ ଦେଉଛି। ପ୍ର୍ରାଣୀମାନଙ୍କୁ ନେଇ ପରୀକ୍ଷା କରୁଥିବା କମ୍ପାନୀ, ପ୍ରାଣୀମାନଙ୍କ ଉପତ୍ାଦ ପ୍ରସ୍ତୁତିରେ ଜଡ଼ିତ କମ୍ପାନୀ, ପ୍ରାଣୀମାନଙ୍କୁ ପ୍ରଶିକ୍ଷଣ ଦେଇ ଖେଳ ଓ ମନୋରଞ୍ଜନରେ ବ୍ୟବହାର କରୁଥିବା କିିମ୍ବା ଅଧିତ୍କ ସଂଖ୍ୟାରେ ପ୍ରାଣୀମାନଙ୍କୁ ପୋଷୁଥିବା କମ୍ପାନୀ, ଜୈବ ଇନ୍ଧନ ଉପଯୋଗ କରି ଶକ୍ତି ଉପତ୍ାଦନ କରୁଥିବା ଓ ଜୈବ ଇନ୍ଧନ ଅନ୍ବେଷଣ,ଉପତ୍ାଦନ ଏବଂ ରିଫାଇନିଂ କାର୍ଯ୍ୟରେ ଜଡ଼ିତଥିବା କମ୍ପାନୀ, ଅଧିକ କାର୍ବନ ନିର୍ଗମନର କାରଣ ପାଲଟୁଥିବା, ମାନବ ଅଧକାର ଉଲ୍ଲଂଘନ , ଯୁଦ୍ଧାସ୍ତ୍ର ନିର୍ମାଣ, ଟବାକୋ ଏବଂ ଅନ୍ୟ ଉପାୟରେ ପରିବେଶକୁ କ୍ଷତି କରିବା ଭଳି କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକୁ ବାଦ୍ ଦିଆଯାଇଛି। ଏଭଳି ଚୟନ ପ୍ରକ୍ରିୟା ଶିଳ୍ପଗୁଡ଼ିକର ଭବିଷ୍ୟତ ଗଢିବାରେ ବାଟ କଢାଇ ନେଇଛି। ଏହାର ଫଳାଫଳ ବି ସନ୍ତୋଷଜନକ ଓ ଉତ୍ସାହପ୍ରଦ ରହିଛି। ଭିଗନ ବା ଇଟିଏଫ୍ ଆରମ୍ଭ ହେବା ପରଠାରୁ ୨୦୨୦ ଅଗଷ୍ଟ ଶେଷସୁଦ୍ଧା ଏସଆଣ୍ଡ୍ପି୫୦୦ ଇଣ୍ଡେକ୍ସ ତୁଳନାରେ ମୋଟ ମାର୍କେଟ ପ୍ରାଇସ୍ରେ ଭିଗନ ରହିଥିଲା ୨୭.୬୯%। ପରିବେଶକୁ କ୍ଷତି କରୁଥିବା କମ୍ପାନୀଗୁଡ଼ିକୁ ବାଦ୍ ଦେବା କାର୍ଯ୍ୟ ବି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସ୍ଆଣ୍ଡପି୫୦୦ ଏବଂ ଅନ୍ୟ ସବୁ ଇଏସ୍ଜି ଇଣ୍ଡେକ୍ସ ଠାରୁ ପ୍ରତି ୟୁନିଟ ରେଭିନ୍ୟୁରେ କାର୍ବନ, ଓ୍ବେଷ୍ଟ ଏବଂ ଓ୍ବାଟର ଫୁଟପ୍ରଣ୍ଟ୍ କମ୍ ରହିଥିତ୍ଲା। କମ୍ପାନୀଗୁଡ଼ିକର ଜଳ ଉପଯୋଗ ଏବଂ କାର୍ବନ ନିର୍ଗମନ ହ୍ରାସ ବି ଇଣ୍ଡେକ୍ସରେ ଉଲ୍ଲେଖନୀୟ ରହିଥିତ୍ଲା।
ଗତ ବର୍ଷ ଭିଗନର ଆସେଟ ଧୀରେ ଧୀରେ ବଢ଼ି ଏବେ ୨୫ ମିଲିୟନ ଡଲାରକୁ ଟପିଯାଇଛି। ଏହା ଉପରେ ବିୟଣ୍ଡ ଇନ୍ଭେଷ୍ଟିଂର ସିଇଓ କ୍ଲାରି ସ୍ମିଥ୍ ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି। ଅଧିକରୁ ଅଧିକ ନିବେଶକ ଇଣ୍ଡେକ୍ସ ଫଣ୍ଡ୍ ଯାହା ବିଗତ ଦିନରେ ଧ୍ୱଂସର କାରଣ ପାଲଟିଥିଲା, ସେଥିରୁ ବାହାରି ପରିବେଶକୁ ଲାଭକାରୀ ତଥା ସ୍ଥାୟୀ ବିକଳ୍ପ ଆଡକୁ ମୁହଁାଇଛନ୍ତି ବୋଲି ସ୍ମିଥ୍ କହିଛନ୍ତି। ବ୍ୟକ୍ତିଗତ ଭାବେ ମୁଁ ଭାବୁଛି ଏହି ପଥପ୍ରଦର୍ଶକ ପଦକ୍ଷେପକୁ ସମର୍ଥନ ଏବଂ ଅନୁକରଣ କରିବା ପାଇଁ ଭାରତ ଭଳି ଏକ ସମୃଦ୍ଧ ତଥା ଶୁଦ୍ଧଶାକାହାରୀ କିମ୍ବା ଶାକାହାରୀ ଭରା ଦେଶଠାରୁ ଦେଶ ଆଉ ନାହିଁ । ମହାମାରୀ ପରିପେକ୍ଷୀରେ ପ୍ରାଣୀମାନଙ୍କୁ ଖାଇବାର ପ୍ରଳୟଙ୍କରୀ ପରିଣାମ ପଦାକୁ ଆସିଥିବା ସମୟଠାରୁ ବି ଭଲ ସମୟ ଆଉ କିଛି ନାହିଁ। ଏଣୁ ଭଲ ହୁଅ, ଭଲ କାମ କର। ଏହାଠାରୁ ଆଉ କ’ଣ ବା ଭଲ ହୋଇପାରେ।
Email: gandhim@nic.in