ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଯୋଜନା ବାଟବଣା

ରାଉରକେଲା ଅଫିସ୍‌, ୨୨।୪: ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ପାଇଁ ରାଉରକେଲା ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସହରରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ଯୋଜନା ଚାଲିଛି। ଏହି ଯୋଜନା ୨୦୧୨ରେ ଆରମ୍ଭ ହୋଇଥିଲେ ମଧ୍ୟ ରାଉରକେଲା ସହରରେ ଆଶାନୁରୂପ ସଫଳତା ମିଳି ନ ଥିବା ଅଭିଯୋଗ ହୋଇଛି।
ଯୋଜନା ମୁତାବିକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏବିସି କେନ୍ଦ୍ର ଅସ୍ତ୍ରୋପଚାର ଓଟି ଓ ୪୦ କେନେଲ ନିର୍ମାଣ କରାଯାଇଥିଲା। ବିଭାଗୀୟ ତଥ୍ୟ ଅନୁସାରେ ୨୦୧୨ରେ ରାଉରକେଲା ସହରରେ ୨୦ ହଜାର ବୁଲା କୁକୁର ଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ୪ହଜାର ୫ଶହ ବୁଲା କୁକୁରଙ୍କ ଅସ୍ତ୍ରୋପଚାର ହୋଇଛି। ସହରରେ ଏବେ ୧୦ହଜାର ବୁଲା କୁକୁର ରହିଥିବା କୁହାଯାଉଥିବା ବେଳେ ଏହାଠାରୁ ଅଧିକ ବୁଲା କୁକୁର ଥିବା ସହରବାସୀ କହୁଛନ୍ତି। ଛେଣ୍ଡ୍‌ର ବୁଲା କୁକୁର ରକ୍ଷକ ଜ୍ୟୋତିରଞ୍ଜନ ପଧାନ କୁହନ୍ତି, ରାଉରକେଲା ସହରରେ ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ଯୋଜନା ବାଟବଣା ହୋଇଛି। କୁକୁର ରାସ୍ତାରେ ଗଡୁଛନ୍ତି। ଟିକାକରଣ ଅଭାବରୁ ବୁଲା କୁକୁରଙ୍କ ଦେହରେ ଘା’ ହେଉଛି। ସେମାନେ ଖାଦ୍ୟ ଓ ପାଣି ଅଭାବର ସମ୍ମୁଖୀନ ହେଉଛନ୍ତି। ହକି ବିଶ୍ୱକପ୍‌ ପୂର୍ବରୁ ସବୁଠି ବ୍ୟାରିକେଡ ଲାଗିଲା। ଏପରିକି ସହରର ପୋଖରୀ ଗୁଡିକରେ ମଧ୍ୟ ବ୍ୟାରିକେଡ ଲଗାଗଲା। ବ୍ୟାରିକେଡ ଯୋଗୁ ବର୍ତ୍ତମାନ ପ୍ରଚଣ୍ଡ ଖରାରେ ବୁଲା କୁକୁର ପାଣି ଟିକେ ପାଉନାହାନ୍ତି। ଏଭଳି ଦୃଶ୍ୟ ଛେଣ୍ଡ, ବାସନ୍ତୀ ନଗର, ଟାଉନସିପ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେପର୍ଯ୍ୟନ୍ତ ଯୋଜନା ସହ ସ୍ଥାନୀୟ ଲୋକ ଜଡିତ ହୋଇନାହାନ୍ତି ସେପର୍ଯ୍ୟନ୍ତ ଏହା ସଫଳ ହୋଇପାରିବ ନାହିଁ ବୋଲି ପଧାନ କହିଥିଲେ। ସେହିପରି ଛେଣ୍ଡ୍‌ର ଅନ୍ୟ ଜଣେ ବୁଲା କୁକୁର ରକ୍ଷକ ଅଂଶୁମାନ ରଣା କୁହନ୍ତି, ବିଭାଗ ବୁଲା କୁକୁରଙ୍କୁ ଯେଭଳି କାବୁ କରିବା କଥା ତାହା କରୁନି। କୁକୁର ବେକରେ ଟାଣ ତାର ବାନ୍ଧି କାବୁ କରୁଛି। ଫଳରେ ସେମାନେ ଆଘାତ ପାଉଛନ୍ତି। ବନ୍ଧ୍ୟାକରଣ କରାଯାଇଥିବା କୁକୁର ପୁଣି ଗର୍ଭବତୀ ହେବା ସହ ଛୁଆ ଜନ୍ମ କରୁଛନ୍ତି। ବିଭାଗ ପାଖରେ ଏକମାତ୍ର ଡଗ୍‌ କ୍ୟାଚ୍‌ ଯାନ ରହିଛି। ରାଉରକେଲା ସହରରେ ବୁଲା କୁକୁର ସମ୍ପୂର୍ଣ୍ଣ ଅସୁରକ୍ଷିତ। ଯୋଜନା ଆରମ୍ଭ ହେବାର ୧୦ବର୍ଷ ହେଲାଣି, ବୁଲା କୁକୁରଙ୍କ ବନ୍ଧ୍ୟାକରଣରେ ୧୦୦ପ୍ରତିଶତ ସଫଳତା ହାସଲ କରିବାରେ ବିଭାଗ ବିଫଳ ହୋଇଥିବା ରଣା କହିଥିଲେ। ଏ ସମ୍ପର୍କରେ ରାଉରକେଲା ଏସ୍‌ଡିଭିଓ ପ୍ରସନ୍ନ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ସହରରେ ୨୦୧୨ରୁ ଏବିସି ଯୋଜନା କାର୍ଯ୍ୟକାରୀ ହେଲା। ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ଠିକ୍‌ ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪ହଜାର ୫ ଶହ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି। ସେମାନଙ୍କୁ କାବୁ କରିବା ପାଇଁ ନେଟ୍‌ ଓ ଲୁପ୍‌ ବ୍ୟବହାର ହେଉଛି। ନୂତନ ଡଗ୍‌ କ୍ୟାଚ୍‌ ଯାନ ପାଇଁ ପ୍ରସ୍ତାବ ଗୃହୀତ ହୋଇସାରିଛି। ମାସେ ମଧ୍ୟରେ ନୂତନ ଯାନ ଆସିବ। ଏବିସିରେ ଭେଟେନାରୀ ଡାକ୍ତର ନ ଥିଲେ, ବର୍ତ୍ତମାନ ଡାକ୍ତର ଯୋଗ ଦେଇଛନ୍ତି। ଅସ୍ତ୍ରୋପଚାର ପରେ ବୁଲା କୁକୁର ପୁନଃ ଗର୍ଭବତୀ ହେବା ବିଷୟ ଅଯୁକ୍ତିକର ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri