ସ୍ବାମୀଙ୍କ ମଧ୍ୟରେ ଏହି ଗୁଣକୁ ଖୋଜିବେ ତୃପ୍ତି, କହୁ କହୁ କହିଦେଲେ ମନ କଥା

ବମ୍ବେ: ବ୍ଲକବଷ୍ଟର ବଲିଉଡ୍‌ ଫିଲ୍ମ ‘ଆନିମଲ’ରେ ଅଭିନୟ କରି ‘ନ୍ୟାଶନାଲ କ୍ରସ୍‌’ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍‌ରି। ୨୦୧୨ରୁ ଅଭିନୟ କରି ଆସୁଥିଲେ ହେଁ ତାଙ୍କୁ ସେତେଟା ଲୋକପ୍ରିୟତା ମିଳି ନ ଥିଲା। ହେଲେ ଫିଲ୍ମରେ ରଣବୀର କପୁରଙ୍କ ସହ ତାଙ୍କ କେମେଷ୍ଟ୍ରି ଦେଖିବା ପରେ ପ୍ରଶଂସକ ପାଗଳପ୍ରାୟ ହୋଇଛନ୍ତି।

କହିବାକୁ ଗଲେ, ପ୍ରଶଂସକମାନେ ତୃପ୍ତିଙ୍କ କର୍ମ ଜୀବନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସମସ୍ତେ ଇଚ୍ଛୁକ। ଏବେ ସେ କାହାକୁ ଡେଟ୍‌ କରୁଛନ୍ତି କି, ଯଦି ହଁ ତେବେ କେବେ ବିବାହ କରିବେ ବୋଲି ଅନେକେ ଜାଣିବାକୁ ଚାହାନ୍ତି। ନିକଟରେ ଏକ ସାକ୍ଷାତକାରରେ ତୃପ୍ତି ନିଜର ବିବାହକୁ ନେଇ ମୁହଁ ଖୋଲିଛନ୍ତି। ଏବେ ସେ ବିବାହ ବିଷୟରେ ଚିନ୍ତା କରି ନାହାନ୍ତି। ହେଲେ ଯଦି କେବେ ବିବାହ କରନ୍ତି ତେବେ ବିଶେଷ କିଛି ନୁହେଁ, ତାଙ୍କୁ କେବଳ ଜଣେ ଭଲମଣିଷ ଦରକାର ବୋଲି ତୃପ୍ତି କହିଛନ୍ତି।

କହିରଖୁଛୁ, କିଛି ଦିନ ଧରି ବ୍ୟବସାୟୀ ସାମ୍‌ ମର୍ଚାଣ୍ଟଙ୍କ ସହ ତୃପ୍ତିଙ୍କ ସମ୍ପର୍କ ଚର୍ଚ୍ଚାରେ ରହି ଆସୁଛି। କାର୍ନେଶ ଶର୍ମାଙ୍କଠାରୁ ଅଲଗା ହେବା ପରେ ତୃପ୍ତି ତାଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ହେଲେ ଅଭିନେତ୍ରୀ ନିଜେ ସେନେଇ କିଛି କହିନାହାନ୍ତି।

Share