ଭୁବନେଶ୍ୱର,୫ା୫(ବ୍ୟୁରୋ): ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ ଜିଲାର ଏକକାଳୀନ ୯ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଭୁବନେଶ୍ୱର ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଘର, ରଘୁନାଥପୁରରେ ଥିବା ୩ ମହଲା କୋଠା, ରଘୁନାଥପୁରରେ ଥିବା ୨ ମହଲା କୋଠା, ଗାଁ ପୋଖରୀ ପାଖରେ ଥିବା ଘର, ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଚଢ଼ାଉ ଜାରି ରହିଛି। ସେହିପରି କଳାରାହାଙ୍ଗ ଭେଟେନାରୀ କାର୍ଯ୍ୟାଳୟ ଓ ରୟାଲ ଆରକେଡରେ ଥିବା ଫ୍ଲାଟ୍, ବାଙ୍କୀ ଚାରିଘରିଆସ୍ଥିତ ଆଉଟ୍ହାଉସ୍ରେ ମଧ୍ୟ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ୫ ଡିଏସ୍ପି, ୧୦ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।