Posted inଫୁରସତ

ଆନିମଲ୍‌ ଇନ୍‌ସ୍ପାୟର୍ଡ ଜୁଏଲାରୀ

ପାରମ୍ପରିକ ଗହଣା ପିନ୍ଧି ପିନ୍ଧି ଯଦି ବୋର୍‌ ଲାଗିଲାଣି ଓ କିଛି ଭିନ୍ନ ଡିଜାଇନ୍‌ର ଜୁଏଲାରୀ ଟ୍ରାଏ କରିବାକୁ ଚାହୁଁଛନ୍ତି । ତେବେ ଆନିମଲ୍‌ ଇନ୍‌ସ୍ପାୟର୍ଡ ଜୁଏଲାରୀ ଟ୍ରାଏ କରନ୍ତୁ। ଏହା ଲୁକ୍‌କୁ ତ ବଦଳାଇବ ତା’ସହ ଆପଣଙ୍କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ବି କରିଦେବ….

ରିଙ୍ଗ: ହାତ ଆଙ୍ଗୁଳିକୁ ଚାପି ଧରିଥିବା ଛୋଟିଆ କ୍ୟୁଟ୍‌ ବିଲେଇ ହେଉ କି ବାଘ, ଭାଲୁ ଅବା ପାଣ୍ଡାର ର଼୍ୟାପ ଅରାଉଣ୍ଡ ମୁଦି, ଏସବୁ କେମିତି ଲାଗିବ ଥରେ ଭାବିଲେ। ଏହି ଆନିମଲ ଇନ୍‌ସ୍ପାୟର୍ଡ ର଼୍ୟାପ୍‌ ଅରାଉଣ୍ଡ ରିଙ୍ଗ ସୁପର୍‌ କ୍ୟୁଟ୍‌ ଲାଗେ। ଖାସ୍‌ କରି ରୁପା ଓ ପ୍ଲାଟିନମ୍‌ରେ ତିଆରି ଏହି ଡିଜାଇନ୍‌ର ମୁଦି ହାତକୁ ବହୁତ ଭଲ ଦେଖାଯାଇଥାଏ।

ଇୟର କଫ୍‌: ଷ୍ଟଡ଼୍‌, ହୁପ୍‌ ଓ ଡାଙ୍ଗଲର୍‌ ଇୟରରିଂ ତ ସମସ୍ତେ ପିନ୍ଧିଥିବେ। ତେବେ ଥରେ ଡ୍ରାଗନ୍‌ ଇୟର କଫ୍‌ ଟ୍ରାଏ କରନ୍ତୁ। ଦେଖିବେ ଏହା ଆପଣଙ୍କ ଲୁକ୍‌କୁ କେମିତି ଗ୍ଲାମର୍ସ କରିଦେବ। ସେହିଭଳି ସ୍ନେକ୍‌, ବଟରଫ୍ଲାଏ, ଅକ୍ଟୋପସ୍‌, ଟାଇଗର୍‌ ଆଦି ପ୍ରାଣୀ ଡିଜାଇନ୍‌ର ଇୟର୍‌ କଫ୍‌ ବି ଟ୍ରାୟ କରିପାରିବେ। ଧଳା ସାର୍ଟ ସହ ବ୍ଲାକ୍‌ ପ୍ୟାଣ୍ଟରେ ଏହାକୁ ଟ୍ରାଏ କରନ୍ତୁ ଦେଖିବେ ବେଶ୍‌ ଷ୍ଟାଇଲିଶ୍‌ ଲୁକ୍‌ ମିଳିବ।

ପେଣ୍ଡେଣ୍ଟ: ଆନିମଲ ଇନସ୍ପାୟର୍ଡ ଇୟରରିଂ, ମୁଦି ସହ ଯଦି ଅନ୍ୟ କିଛି ଜୁଏଲାରୀ ମ୍ୟାଚ୍‌ କରିବାକୁ ଚାହୁଁଛନ୍ତି ତେବେ ଆନିମଲ ଇନ୍‌ସ୍ପାୟର୍ଡ ପେଣ୍ଡେଣ୍ଟ ଟ୍ରାଏ କରିପାରିବେ। ଏହାର ସେମି ପ୍ରିସିଅସ୍‌ ଓ ପ୍ରିସିଅସ୍‌ ପେଣ୍ଡେଣ୍ଟ ଆପଣ ପାଇଯିବେ। ରୋରିଂ ଲାୟନ ବା ଗର୍ଜନ କରୁଥିବା ସିଂହଠୁ ଆରମ୍ଭ କରି ରାବିଟ୍‌, ଡ୍ରାଗନ୍‌, ସ୍ନେକ୍‌ ଭଳି ଅନେକ ପ୍ରକାରର ପେଣ୍ଡେଣ୍ଟ ମିଳୁଛି। ନିଜ ପର୍ସନାଲିଟିକୁ ସୁଟ୍‌ କଲାଭଳି ପେଣ୍ଡେଣ୍ଟ ଆପଣ ବାଛିପାରିବେ।

ନେକ୍‌ଲେସ୍‌: ନିକଟରେ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ କ୍ରୋକୋଡାଇଲ୍‌ ନେକ୍‌ଲେସ୍‌ ପିନ୍ଧି ବଲିଉଡ ଅଭିନେତ୍ରୀ ଊର୍ବଶୀ ରୌତେଲା ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଏହି ନେକ୍‌ଲେସ୍‌ ତାଙ୍କୁ ଡିଫରେଣ୍ଟ ଲୁକ୍‌ ଦେଉଥିଲା। ସେହିଭଳି କ୍ରିତି ସାନନ୍‌୍‌ଙ୍କ ସ୍ନେକ ନେକ୍‌ଲେସ୍‌ ବି ତାଙ୍କୁ ବେଶ୍‌ ମାନୁଥିଲା। ଆଜିକାଲି ଏହିଭଳି ନେକ୍‌ଲେସ୍‌ର ଫ୍ୟାଶନ୍‌ ଚାଲିଛି। ତେଣୁ ଏହାକୁ ଟ୍ରାଏ କରିପାରିବେ।

ବ୍ରୁଚ୍‌: ହାତୀ, ସିଂହ, ମୟୁର, ଡଲଫିନ୍‌ ପରି ବିଭିନ୍ନ ପ୍ରକାରର ଆନିମଲ୍‌ ବ୍ରୁଚ୍‌ ବଜାରରେ ଉପଲବ୍ଧ ହେଉଛି। ନିଜ ବଜେଟ୍‌ ଅନୁସାରେ ସୁନା, ହୀରା ଅବା ପ୍ଲାଟିନମ୍‌ର ବ୍ରୁଚ୍‌ ପୋଷାକରେ ବ୍ୟବହାର କରିପାରିବେ। ଏହା ଆପଣଙ୍କ ଷ୍ଟାଟସ୍‌କୁ ବି ଦର୍ଶାଇବ।

ଆଙ୍କଲେଟ୍‌: ପାଦକୁ ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଆଙ୍କଲେଟ୍‌। ତେବେ ଆଜିକାଲି ମିଳୁଥିବା ଡଲଫିନ୍‌, ସ୍ନେକ ପରି ଡିଜାଇନ୍‌ର ଆଙ୍କଲେଟ୍‌ ଫଙ୍କି ଲୁକ୍‌ ଦେବା ସହ ପାଦକୁ ଆକର୍ଷକ ବି କରୁଛି। ତେଣୁ ଏହାକୁ ଟ୍ରାଏ କରିପାରିବେ।

ବ୍ରେସ୍‌ଲେଟ୍‌: ଲେପର୍ଡ, ସିଂହ, ସାପ, ପ୍ରଜାପତି, ଡଲଫିନ୍‌ ଭଳି ବିଭିନ୍ନ ପ୍ରାଣୀଙ୍କ ଡିଜାଇନ୍‌ର ବ୍ରେସଲେଟ୍‌ ଆଜିକାଲି ବଜାରରେ ଉପଲବ୍ଧ ହେଉଛି। ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ପିନ୍ଧୁଥିବା ଦେଖିବାକୁ ମିଳେ। ଏହାକୁ ବି ଟ୍ରାଏ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri