ଇତିହାସ ରଚିଲା ‘ଆନିମଲ୍‌’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍‌

ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଫଳସ୍ବରୂପ ଏହା ରିଲିଜର ପ୍ରଥମ ଦିନ ହିଁ ୧୦୦ କୋଟି ବ୍ୟବସାୟ କରିଛି। କେବଳ ଭାରତରେ ୬୩ କୋଟି ରୋଜଗାର କରିଥିବା ବେଳେ ସାରା ବିଶ୍ୱର ସିନେମାଘର ଆୟକୁ ମିଶାଇ ଫିଲ୍ମଟି ଏହି ମାଇଲଷ୍ଟୋନ ସହଜରେ ପାର କରିଛି। ଆଗକୁ ଛୁଟିଦିନ ଆସୁଥିବାରୁ ଏହା ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିବ ବୋଲି କୁହାଯାଉଛି।

‘ଆନିମଲ୍‌’ରେ ରଣବୀରଙ୍କ ଅଭିନୟ ବ୍ୟତିତ ସୁନ୍ଦରୀ ରଶ୍ମିକା ମନ୍ଦାନାଙ୍କ ସହ ତାଙ୍କ କେମେଷ୍ଟ୍ରି ଲାଇମଲାଇଟ୍‌ରେ ରହିଛି। ସେହିଭଳି ଦୀର୍ଘଦିନ ପରେ ବଡ଼ପରଦାରେ ନଜର ଆସିଥିବା ବବି ଦେଓଲଙ୍କ ଚରିତ୍ର ମଧ୍ୟ ଧମାଲ କରୁଛି।

କହିରଖୁଛୁ, ‘ଆନିମଲ’ ସହ ବିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୁର’ ମଧ୍ୟ ରିଲିଜ ହୋଇଛି। ହେଲେ ଦର୍ଶକଙ୍କୁ ଏହା ସେତେଟା ପସନ୍ଦ ଆସୁ ନ ଥିବା କୁହାଯାଉଛି। ଏଯାବତ ଫିଲ୍ମଟି ମାତ୍ର ୬.୨୫ କୋଟି ବ୍ୟବସାୟ କରିଛି।

Share