ଏହି ଦିନ ରିଲିଜ୍‌ ହେବ ରଣବୀରଙ୍କ ଫିଲ୍ମ ‘ଆନିମଲ’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍‌କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି। ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍‌ ତାରିଖ ଆଗକୁ ବଢାଇଉନ୍ତି। ‘ଆନିମଲ’ ଅପେକ୍ଷା କରୁଥିବା ଦର୍ଶକଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଶେଷରେ ଫିଲ୍ମର ନିର୍ମାତା ଏହାର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଶେଷରେ ଅର୍ଥାତ୍‌ ୧ ଡିସେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ସେପ୍ଟେମ୍ବର ୨୮ ରେ ଫିଲ୍ମର ଟିଜର ରିଲିଜ୍‌ ହେବ। ସନ୍ଦୀ ରେଡ୍ଡୀ ବାଙ୍ଗାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୫ଟି ଭାଷାରେ ମୁକ୍ତିଲାଭ କରିବ। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ତାମିଲରେ ମଧ୍ୟ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ରଣବୀରଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ।

Share