ମୁମ୍ବାଇ: ବି ଟାଉନର ଲୋକପ୍ରିୟ ଅଭିନେତା ବବି ଦଓ୍ବେଲ ଏବେ ତାଙ୍କ ପିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପିଲ୍ମ ଆନିମଲ ବକସ ଅଫିସରେ ହିଟ୍ ହେବା ସହ ରେକର୍ଡ ଉପରେ ରେକର୍ଡ ଭାଙ୍ଗି ଚାଲିଛି। ୫ ଦିନରେ ଫିଲ୍ମ ୪୫୦କୋଟିର ରେକର୍ଡ ପାର୍ କରି ଦେଇଛି। ନିକଟରେ ସେ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ରକି ଔର ରାନୀ କି ପ୍ରେମ କାହାନୀ ସମ୍ପର୍କରେ କିଛି କଥା ଖୁଲାସା କରିଛନ୍ତି। ଫିଲ୍ମର ପ୍ରିମିୟର ଶୋ ମଝିରେ ସେ ହଲ୍ରୁ ଉଠି ଚାଲିଯାଇଥିଲେ ବୋଲି କହିଛନ୍ତି।
ବବି କହିଛନ୍ତି, ଫିଲ୍ମ ବିଷୟରେ ମୁଁ କିଛି ବି ଜାଣି ନ ଥିଲି। ଫିଲ୍ମ ଯେତେବେଳେ ଆଗକୁ ବଢିଥିଲା ମୋ ବାପା ଅଭିନୟ କରିଥିବା ଚରିତ୍ରର ମୃତ୍ୟୁ ହୋଇଥିଳା। ଯାହାକୁ ଫିଲ୍ମରେ ଦେଖି ମୁଁ ସହି ପାରି ନ ଥିଲି। ସେହି ପ୍ରିମିୟର ଶୋରେ ହିଁ ମୁଣ୍ଡ କୋଡି କାନ୍ଦିବାକୁ ଲାଗିଲି। ଜାଣିଛି ମୋ ବାପା ଅଭିନୟ କରୁଥିଲେ ହେଲେ ବାପାଙ୍କୁ ଏପରି ଅବସ୍ଥାରେ ଦେଖି ସମ୍ଭାଳି ପାରିଲିନି ଓ ଫିଲ୍ମ ଅଧାରୁ ହିଁ ହଲ୍ରୁ ଉଠି ଆସି ଯାଇଥିଲି। ସେହିପରି ମୋ ମାଆ ଆନିମଲରେ ମୋର ଡେଥ୍ ଶିନ ଦେଖି କାନ୍ଦିବାକୁ ଲାଗିଥିଲେ। ଆମେ ପରସ୍ପରକୁ ବହୁତ ଭଲପାଉ। ରିଲରେ ହେଲେ ବି ଏସବୁ ଦେଖିବାବେଳେ ଅଣନିଶ୍ୱାସୀ ଲାଗିଥାଏ।