ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର

ଆନିମଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଏହି ପ୍ରିଣ୍ଟ। ଖାସ୍‌କରି ଏହି ପ୍ରିଣ୍ଟର ଆଉଟ୍‌ଫିଟ୍‌ ହେଉ ଅବା ହ୍ୟାଣ୍ଡବ୍ୟାଗ୍‌ ଯୁବତୀଙ୍କର ବେଶ୍‌ ପସନ୍ଦ ହୋଇଥାଏ। କିନ୍ତୁ ଏବେ ଏହି ପ୍ରିଣ୍ଟର ଫୁଟଓ୍ବେର୍‌ ବି ମାର୍କେଟ୍‌ରେ ଉପଲବ୍ଧ ହେଲାଣି; ଯାହାକୁ ପାର୍ଟି, ଫଙ୍କସନ୍‌ ହେଉ ଅବା ଅଫିସ୍‌ ଅଥବା କାଜୁଆଲ୍‌ ଆଉଟିଂରେ ଗଲାବେଳେ ମଧ୍ୟ ଆରାମରେ ପିନ୍ଧିହେବ। ଖାଲି ଏଥିପାଇଁ କିଛିଟା ଜରୁରୀ ଟିପ୍ସକୁ ଅନୁସରଣ କରିବା ଦରକାର। ଯେମିତିକି:

*ସ୍ମାର୍ଟ ଭାବେ ପେୟାର୍‌ କରିବେ: ଆନିମଲ୍‌ ପ୍ରିଣ୍ଟର ମଧ୍ୟ ବିଭିନ୍ନ ଭେରାଇଟି ରହିଥାଏ। ଯେମିତିକି ଲିଓପାର୍ଡ ପ୍ରିଣ୍ଟ, ଜେବ୍ରା ପ୍ରିଣ୍ଟ, ହାଏନା ପ୍ରିଣ୍ଟ, ସ୍ନେକ୍‌ ପ୍ରିଣ୍ଟ ଇତ୍ୟାଦି। ତେବେ କେବେ ବି ଭୁଲ୍‌ରେ ଦୁଇଟି ଭିନ୍ନ ଧରଣର ଆନିମଲ୍‌ ପ୍ରିଣ୍ଟକୁ ଏକାସଙ୍ଗେ ଟ୍ରାଏ କରିବା ଠିକ୍‌ ନୁହେଁ। କାରଣ ଏହା ଦେଖିବାକୁ ସେତେ ଭଲ ଲାଗି ନଥାଏ। ଆଉ ଯଦି କରିବାକୁ ଚାହୁଁଥାନ୍ତି, ତା’ହେଲେ ଟିକେ ସ୍ମାର୍ଟ ଭାବେ ଏହାକୁ କ୍ୟାରି କରିପାରିବେ। ଅର୍ଥାତ୍‌: ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର୍‌ ସହିତ ଆନିମଲ୍‌ ପ୍ରିଣ୍ଟ ସ୍କର୍ଟ କିମ୍ବା ଆନିମଲ୍‌ ପ୍ରିଣ୍ଟ ପ୍ୟାଣ୍ଟ ଏକସଙ୍ଗେ କେବେ ବି ପିନ୍ଧିବେ ନାହିଁ। ଦରକାର ପଡିଲେ ଆପଣ ଏହି ପ୍ରିଣ୍ଟର ଫୁଟ୍‌ଓ୍ବେର୍‌ ସହିତ ମ୍ୟାଚିଂ ଆନିମଲ୍‌ ପ୍ରିଣ୍ଟ ଜ୍ୟାକେଟ୍‌ କିମ୍ବା ସ୍କାର୍ଫ ଟ୍ରାଏ କରିପାରିବେ। କାରଣ ଏହା ବାଲାନ୍ସଡ୍‌ ଲୁକ୍‌ ଦେଇଥାଏ।

*କଲର୍‌ ଉପରେ ବି ଧ୍ୟାନ ଦେବେ: ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର୍‌କୁ ଷ୍ଟାଇଲ୍‌ କରିବା ସମୟରେ ପୁଟ୍‌ଓ୍ବେର୍‌ର କଲର୍‌ ବା ରଙ୍ଗ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଦରକାର। ଯଦି ଆପଣ ଦିନବେଳା ଏହି ପ୍ରିଣ୍ଟର ଫୁଟ୍‌ଓ୍ବେର୍‌ ପିନ୍ଧିବାକୁ ଚାହୁଁଛନ୍ତି, ତା’ହେଲେ କଳା, ଧଳା କିମ୍ବା ବ୍ରାଉନ୍‌ କଲର୍‌ର ଫୁଟ୍‌ଓ୍ବେର୍‌ ଟ୍ରାଏ କରିପାରିବେ, ଭଲ ମାନିବ। ଆଉ ଯଦି ରାତିରେ ପିନ୍ଧିବାକୁ ଚାହୁଁଥାନ୍ତି ତା’ହେଲେ ଯେ କୌଣସି ବ୍ରାଇଟ୍‌ କଲର୍‌ର ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର୍‌ ପିନ୍ଧିଲେ ଚଳିବ।

*ବ୍ଲାକ୍‌ କଲର୍‌ ସହିତ ପେୟାର୍‌ କରିବେ: ଯଦି ଆପଣଙ୍କୁ ବ୍ଲାକ୍‌ ବା କଳା ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧିବା ପସନ୍ଦ, ତା’ହେଲେ ଏହି ଆଉଟ୍‌ଫିଟ୍‌ ସହ ଆପଣ ଯେ କୌଣସି ଆନିମଲ୍‌ ପ୍ରିଣ୍ଟର ଫୁଟ୍‌ଓ୍ବେର୍‌ ପିନ୍ଧିଲେ ବି ବେଶ୍‌ ଭଲ ମାନିବ।

*ଜିନ୍ସ ସହ ବି ଟ୍ରାଏ କରିପାରିବେ: ଜିନ୍ସ ସହ ମଧ୍ୟ ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର୍‌ ବହୁତ ଭଲ ମାନିଥାଏ। ଯଦି ଆପଣ ଲେଗିଙ୍ଗ୍ସ ଅଥବା ଜିନ୍ସ ସହ ଏହି ପ୍ରିଣ୍ଟର ଫୁଟ୍‌ଓ୍ବେର୍‌ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଙ୍କେଲ୍‌ ହିଲ୍‌ ବୁଟ୍‌ ଷ୍ଟାଇଲ୍‌ର ଆନିମଲ୍‌ ପ୍ରିଣ୍ଟ ଫୁଟ୍‌ଓ୍ବେର୍‌ ପିନ୍ଧିପାରିବେ। କିନ୍ତୁ ଏଥିପାଇଁ ଜିନ୍ସ କିମ୍ବା ଲେଗିଙ୍ଗ୍ସ କଳା ରଙ୍ଗର ହୋଇଥିବା ଆବଶ୍ୟକ।