Categories: ଜାତୀୟ

ମଣିପୁର ହିଂସାର ଯାଞ୍ଚ ପାଇଁ ଗଠନ ହେବ ନ୍ୟାୟିକ ଆୟୋଗ : ଶାହା

ନୂଆଦିଲ୍ଲୀ,୧।୬: ମଣିପୁର ହିଂସା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ମୁଁ ତିନି ଦିନ ଧରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି। ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ପ୍ରତ୍ୟେକ ସମ୍ପ୍ରଦାୟ ସହିତ ମୋର ଏକ ବୈଠକ ହୋଇସାରିଛିି। ଭାରତ ସରକାର ହାଇକୋର୍ଟର ପ୍ରଧାନ ବିଚାରପତି ସ୍ତରର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ହିଂସା ଘଟଣାର ତଦନ୍ତ ଶେଷ କରିବେ। ଏଥିପାଇଁ ଏକ ନ୍ୟାୟିକ ଆୟୋଗ ଗଠନ କରାଯିବ। ଏହା ସହିତ ଭାରତ ସରକାର ମଧ୍ୟ ଏକ ଶାନ୍ତି କମିଟି ଗଠନ କରିବେ। ମଣିପୁରରେ ଅନେକ ଏଜେନ୍ସି କାମ କରୁଛନ୍ତି।

ଅମିତ ଶାହା କହିଛନ୍ତି, ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦିଆଯିବ। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ୫-୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏଥିସହିତ ସିବିଆଇର ଏକ ସ୍ବତନ୍ତ୍ର ଟିମ ୬ଟି ମାମଲାର ତଦନ୍ତ କରିବେ। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାନ୍ତି ବଜାୟ ରଖିବାକୁ ସମସ୍ତ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି, ଗୁଜବ ପ୍ରତି ଧ୍ୟାନ ଦିଅ ନାହିଁ। ବର୍ତ୍ତମାନ ରାଜ୍ୟରେ ଅବସ୍ଥା ଭଲ ଅଛି।

 

Share