ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି ଏହି ଖୁସି ଖବର ଇନ୍‌ଷ୍ଟାଗ୍ରାମରେ ଲେଖି ଜଣାଇଥିଲେ। ଏବେ ସେ ପୁଅର ପ୍ରଥମ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଫଟୋରେ ପୁଅ ବାପା ରୋହିତଙ୍କ ହାତ ଧରିଥିବାର ଦେଖିବାକୁ ମିଳୁଛି। ତେବେ ଏଥିରେ ରୋହିତ ଏବଂ ପୁଅ କାହାର ହେଲେ ମୁହଁ ଦେଖିବାକୁ ମିଳୁ ନାହିଁ।
ବିବାହର ୭ ବର୍ଷ ପରେ ଅନୀତା ମା’ ହୋଇଛନ୍ତି। ପୁଅ ଜନ୍ମ ହେବା ପରେ ରୋହିତ ସ୍ତ୍ରୀ ଅନୀତାଙ୍କ ସହ ଅନେକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ।

Share