ମା’ ହେବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଟିଭି ଅଭିନେତ୍ରୀ

ମା’ ହେବାକୁ ଯାଉଛନ୍ତି ଚର୍ଚ୍ଚିତ ଟିଭି ଅଭିନେତ୍ରୀ ଅନୀତା ହସନନ୍ଦନୀ। ଏ ନେଇ ଅନୀତା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସ୍ବାମୀ ରୋହିତ ରେଡ୍ଡୀଙ୍କ ସହ ଅନୀତା ଭିଡିଓରେ ନଜର ଆସିଛନ୍ତି। ଅନୀତାଙ୍କ ବେବୀ ବମ୍ପକୁ ରୋହିତ ଖୁସିରେ ଚୁମ୍ବନ ଦେଉଥିବା ମଧ୍ୟ ଭିଡିଓରେ ଦେଖାଯାଇଛି। ଏହାପରେ ବିଭିନ୍ନ ମହଲରୁ ଉଭୟଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

Share