ପୁଅର ପ୍ରଥମ ଫଟୋ ଶେୟାର କଲେ ସୁଦ୍ଧା ନବଜାତକଙ୍କୁ ଦେଖାଇଲେ ନାହିଁ ଏହି ଅଭିନେତ୍ରୀ

ଛୋଟ ପରଦାର ‘ନାଗିନ୍‌’ ତଥା ଅନିତା ହାସନାନନ୍ଦାନୀଙ୍କ ପାଇଁ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ଆସିଛି। ଫେବୃୟାରୀ ମାସରେ ସେ ମା’ ହେବାର ସୌଭାଗ୍ୟ ପାଇଲେ। ଗର୍ଭବତୀ ହେବା ପରଠାରୁ ସେ ଏବଂ ତାଙ୍କ ସ୍ବାମୀ ସୋସିଆଲ ମିଡିଆରେ ସେମାନଙ୍କର ଖୁସି ଶେୟାର କରିଛନ୍ତି। ୯ ତାରିଖରେ ଅନିତାଙ୍କ ସ୍ବାମୀ ରୋହିତ ରେଡ୍ଡୀ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ପିତା ହେବାର ଆନନ୍ଦ ବାଣ୍ଟିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଏକ ପାରିବାରିକ ଫଟୋ ଶେୟାର କରିଛନ୍ତି, ଶୁଭେଚ୍ଛା ପାଇଁ ତାଙ୍କ ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ଅନିତା ତାଙ୍କ ପରିବାର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋରେ ଅନିତା ତାଙ୍କ ସ୍ବାମୀ ରୋହିତ ଏବଂ ନବଜାତ ପୁତ୍ରଙ୍କ ସହ ନଜରକୁ ଆସିଛନ୍ତି। ଏହି ଫଟୋ ହସ୍ପିଟାଲର ଅଟେ। ତେବେ ଏହି ଫଟୋରେ ମଧ୍ୟ ପ୍ରଶଂସକଙ୍କ ଇଚ୍ଛା ପୂରଣ ହୋଇପାରିଲା ନାହିଁ । ଫଟୋରେ ଅନିତା ନିଜକୁ ଏବଂ ରୋହିତଙ୍କୁ ଦେଖାଇଛନ୍ତି, କିନ୍ତୁ ପୁଅର ମୁହଁରେ ଏକ ଇମୋଜି ରଖିଛନ୍ତି।

ଏହି ଫଟୋ ସହିତ ସେ ଏକ ସୁନ୍ଦର କ୍ୟାପଶନ ଲେଖିଛନ୍ତି, ‘ବର୍ତ୍ତମାନ ଆମେ ତିନିଜଣ’।

Share