Categories: ଖେଳ

କିଲିମାଞ୍ଜାରୋ ଆରୋହଣ କରିବେ ଅନୀତା

ଭୁବନେଶ୍ୱର, ୯ା୭ (ସରୋଜ ଜେନା): ଓଡ଼ିଶାର ପର୍ବତାରୋହଣକାରୀ ଅନୀତା ସ୍ବାଇଁ ୧୯୩୪୧ ଫୁଟ ଉଚ୍ଚ ବିଶ୍ୱର ପଞ୍ଚମ ବୃହତ୍ତମ ଗିରିଶୃଙ୍ଗ ତଥା ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରେ ଆରୋହଣ କରିବେ। ଏଏଏସ୍‌ଏ କ୍ଲବ୍‌ର ସଦସ୍ୟ ଅନୀତା ପୂର୍ବରୁ ସଫଳତାର ସହ ମାଉଣ୍ଟ ଫ୍ରେଣ୍ଡଶିପ୍‌, ମାଉଣ୍ଟ ରୁଡୁଗେରା, ମାଉଣଟ ଶେଟିଦାତିଆର ଓ ମାଣ୍ଟ ରେନକ ଆରୋହଣ କରି ସାରିଛନ୍ତି। ଓଡ଼ିଶା ଛାଡିବା ପୂର୍ବରୁ କିଶୋର କ୍ଲବ ପରିସରରେ ଭୁବନେଶ୍ୱର ଆଥଲେଟିକ ଆସୋସିଶନ (ବିଏଏ) ସମ୍ପାଦକ ଏସ୍‌ ଆର. ପରଜା ଓ ଏଭେରେଷ୍ଟ ଆରୋହଣକାରୀ ଗଣେଷ ଚନ୍ଦ୍ର ଜେନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏଏସ୍‌ଏ କ୍ଲବ୍‌ ସଭାପତି ଅଶୋକ ମହାନ୍ତି, ବିଏଏର ଅଧିକାରୀ ରଘୁନାଥ ପଣ୍ଡା, ଗିରିଜା ମହାନ୍ତି, ଆର. କେ. ମଣ୍ଡଳ, ଦିଲ୍ଳୀପ ପଟ୍ଟନାୟକ, ମହେନ୍ଦ୍ର ନାୟକ, ଗୁରୁପ୍ରସାଦ ପଟ୍ଟନୟକ, ଏଏସଏ ଉପ ସଭାପତି ଶକ୍ତି ରଞ୍ଜନ ମହାନ୍ତି, ବିକ୍ରମ କୁମାର ଦାସ, ଶିବ ଶଙ୍କର ପଣ୍ଡା ଓ ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡା ଉପସ୍ଥିତ ରହି ଅନୀତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share