Categories: ଖେଳ

ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ ଅନିତା

ଭୁବନେଶ୍ୱର, ୧୬।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ୟତମ ଜଣାଶୁଣା ପର୍ବତାରୋହୀ ତଥା ଆସୋସିଏଶନ ଅଫ୍‌ ଆଡ୍‌ଭେଞ୍ଚର ଆଣ୍ଡ ସୋସିଆଲ୍‌ ଆକ୍ଟିଭିଟିଜ୍‌ (ଆସା)ର ସଦସ୍ୟା ଅନିତା ସ୍ବାଇଁ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ। ଏଥିପାଇଁ ସେ ସୋମବାର ଦିଲ୍ଲୀ ଯାତ୍ରା କରିଛନ୍ତି ଓ ସେଠାରୁ ମସ୍କୋ ଯିବେ।

ଅନିତା ଏହା ପୂର୍ବରୁ ସଫଳତାର ସହିତ ମାଉଣ୍ଟ କିଲିମାଞ୍ଜାରୋ, କାଙ୍ଗ ୟାଜି, ଡୋଜୋ ଟୋଙ୍ଗୋ, ଫ୍ରେଣ୍ଡଶିପ୍‌, ରୁଦଗାରିଆ, ରୋନକ ଓ ଦୟରା ଆରୋହଣ କରିଛନ୍ତି। ଅନିତାଙ୍କୁ ଭୁବନେଶ୍ୱର ରେଲ୍‌ଓ୍ବେ ଷ୍ଟେଶନରେ ବିଦାୟୀ ଶୁଭେଚ୍ଛା ଜଣାଇବା ଅବସରରେ ଏଭରେଷ୍ଟ ଆରୋହୀ ତଥା ଆସାର କର୍ମକର୍ତ୍ତା ଗଣେଶ ଜେନା, ଶକ୍ତିରଞ୍ଜନ ମହାନ୍ତି, ଦେବଦତ୍ତ ସାମନ୍ତରାୟ, ଶିବ ଶଙ୍କର ପଣ୍ଡା, ବିକ୍ରମ ଦାସ ଓ ଚିନ୍ମୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Share