Categories: ଜାତୀୟ

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି: ପାଓ୍ବାରଙ୍କୁ ଭେଟିଲେ ଅନିଲ ଦେଶମୁଖ

ନୂଆଦିଲ୍ଲୀ,୧୯।୩: ଆଣ୍ଟିଲିଆ ମାମଲା ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ହୋଇଛି। ଶରଦ ପାୱାରଙ୍କୁ ଭେଟିବା ପରେ ଅନିଲ ଦେଶମୁଖ କହିଛନ୍ତି ଯେ. ଅନ୍ତର୍ଜାତୀୟ କମ୍ପାନୀମାନେ ବିଦର୍ଭକୁ ଆସିବାକୁ ଚାହାଁନ୍ତି, ଏଥିରେ କିଛି ସମସ୍ୟା ଥିବାରୁ ମୁଁ ପାୱାର ସାହେବଙ୍କୁ ଭେଟିବାକୁ ଆସିଥିଲି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଣ୍ଟିଲିଆ ଏବଂ ମାନସୁଖ ହିରୋଇନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଏନଆଇଏ ଏବଂ ମହାରାଷ୍ଟ୍ର ଏଟିଏସ୍‌ କରୁଛି, ଏହି ଅନୁସନ୍ଧାନରେ ଏନଆଇଏକୁ ସହଯୋଗ କରାଯାଉଛି, ଦୋଷୀକୁ କଡ଼ା ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଣ୍ଟିଲିଆ କେସ୍‌ରେ ପୋଲିସ ଅଧିକାରୀ ସଚିନ ବାଜେ ଏବଂ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ହଟାଇବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Share