ବିବନଙ୍କୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର,(ବ୍ୟୁରୋ): ଦୀର୍ଘ ୨୨ବର୍ଷ ପରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ବିଶ୍ୱାଳଙ୍କ ବୁଧବାର ଟେଷ୍ଟ ଆଇଡେଣ୍ଟିଫିକେଶନ(ଟିଆଇ) ପରେଡ୍‌ ବା ଅଭିଯୁକ୍ତ ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଝାରପଡ଼ା ଜେଲରେ ସିବିଆଇ ପକ୍ଷରୁ କରାଯାଇଥିବା ଟିଆଇ ପରେଡରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) ଶୃଜାଲିନ୍‌ ମହାନ୍ତିଙ୍କ ଉପସ୍ଥିତିରେ ଅଞ୍ଜନା ଅଭିଯୁକ୍ତ ବିବନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ଏପରି କି ଘଟଣା ଦିନ ଅଞ୍ଜନା ଯେଉଁ କାର୍‌ରେ ଯାଉଥିଲେ ତା’ର ଡ୍ରାଇଭର ନୀଳକଣ୍ଠ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ
କରିଥିବା କୁହାଯାଉଛି। ପରପକ୍ଷରେ ସିବିଆଇ ସ୍ବତନ୍ତ୍ର ଅଦାଲତଙ୍କ ଅନୁମତି କ୍ରମେ ବିବନଙ୍କୁ ଗୁରୁବାରଠାରୁ ସିବିଆଇ ୨ଦିନିଆ ରିମାଣ୍ଡରେ ନେବ। ଟିଆଇ ପରେଡ ସମ୍ପର୍କରେ ସୂଚନା ଦେଇ ଅଞ୍ଜନା କହିଛନ୍ତି, ୧୧ଜଣଙ୍କ ମଧ୍ୟରେ ଅଭିଯୁକ୍ତ ଛିଡ଼ା ହୋଇଥିଲେ। ଦୀର୍ଘ ବର୍ଷ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା କଷ୍ଟକର ଥିଲା। ଜେଏମ୍‌ଏଫ୍‌ସି ଶୃଜାଲିନ୍‌ ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଚିହ୍ନଟ କରାଯାଇଛି। ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ବିବନଙ୍କୁ ଚିହ୍ନଟ ସମ୍ପର୍କରେ ଆଗାମୀ ଦିନରେ ଅଦାଲତରେ ନିଜର ମତ ରଖିବେ ବୋଲି କହିଛନ୍ତି। ଏଥିସହ ଗଣବଳାତ୍କାର ପରେ ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଛାଡି ପଳାଇବାରେ କିଏ ସବୁ ସାହାଯ୍ୟ କରିଛନ୍ତି ଏବଂ କାହା ସହଯୋଗରେ ଏତେ ବର୍ଷ ଧରି ସେ ଗିରଫଦାରିରୁ ବର୍ତ୍ତିଲେ, ସେନେଇ ସିବିଆଇ ଅଭିଯୁକ୍ତଙ୍କୁ ପଚରାଉଚରା କରି ସତ୍ୟ ଉନ୍ମୋଚନ କରିବା ଜରୁରୀ ବୋଲି ଅଞ୍ଜନା କହିଛନ୍ତି।
ଘଟଣା ଦିନରୁ ଆଜି ଯାଏ
୧୯୯୯ ଜାନୁୟାରୀ ୯ରେ ଭୁବନେଶ୍ୱରରୁ କାର୍‌ ଯୋଗେ କଟକ ଯାଉଥିବାବେଳେ ବାରଙ୍ଗ ବେଲଗାଛିଆ ନିକଟରେ ଅଞ୍ଜନା ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ଦୁଇ ସହଯୋଗୀ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଘଟଣାର ୨ସପ୍ତାହ ମଧ୍ୟରେ ଗିରଫ କରିଥିବାବେଳେ ବିବନ କିନ୍ତୁ ନିଜର ପରିଚୟ ବଦଳାଇ ୨୨ବର୍ଷ ଫେରାର ରହିଥିଲେ। ସେ ମହାରାଷ୍ଟ୍ର ଆମ୍ବିଭ୍ୟାଲିରେ ଆତ୍ମଗୋପନ କରିଥିବା ପୋଲିସକୁ ସୂଚନା ମିଳିଥିଲା। ୨୨ ବର୍ଷ ପରେ ଗତ ୨୧ତାରିଖରେ କମିଶନରେଟ୍‌ ପୋଲିସ ପକ୍ଷରୁ ଅପରେଶନ୍‌ ସାଇଲେଣ୍ଟ ଭାଇପର ମାଧ୍ୟମରେ ବିବନଙ୍କୁ ଆମ୍ବିଭ୍ୟାଲିରୁ ଗିରଫ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା। ଘଟଣାର ତଦନ୍ତ ସିବିଆଇ କରୁଥିବାରୁ କମିଶନରେଟ ପୋଲିସ ବିବନଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା। ପରେ ସ୍ବତନ୍ତ୍ର ସିବିଆଇ ସିଜେଏମ୍‌ କୋର୍ଟରେ ବିବନଙ୍କୁ ହାଜର କରାଯିବା ପରେ ଝାରପଡ଼ା ସ୍ବତନ୍ତ୍ର ଜେଲକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତ ବିବନଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ସହ ଜେଲରେ ଟିଆଇ ପରେଡ ପାଇଁ କୋଲ୍‌କାତାର ଏକ ସିବିଆଇ ଟିମ୍‌ ମଙ୍ଗଳବାର ସ୍ବତନ୍ତ୍ର ସିଜିଏମ୍‌ କୋର୍ଟରେ ଆବେଦନ କରିଥିଲା। ବୁଧବାର ଟିଆଇ ପରେଡ ସହ ଆସନ୍ତା ୪ ଓ ୫ ତାରିଖ ୨ଦିନ ପାଇଁ ବିବନଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ।
କେମିତି ଥିଲା ଏକ ଘଣ୍ଟାର ଟିଆଇ ପରେଡ
ବୁଧବାର ଅପରାହ୍ନ ପ୍ରାୟ ୨ଟା ୧୫ ବେଳକୁ ଅଞ୍ଜନା ଝାରପଡ଼ା ଜେଲ ପରିସରରେ ପହଞ୍ଚତ୍ଥିଲେ। ୨୨ବର୍ଷ ପରେ ଟିଆଇ ପରେଡରେ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବା କଷ୍ଟକର, ତଥାପି ଚିହ୍ନିବେ ବୋଲି ଅଞ୍ଜନା ଗଣମାଧ୍ୟମକୁ କହି ଜେଲ ଭିତରକୁ ଯାଇଥିଲେ। ସାଢେ ୨ଟା ବେଳେ ଜେଏମ୍‌ଏଫ୍‌ସି ଶୃଜାଲିନ ମହାନ୍ତି ଜେଲ ପରିସରରେ ପ୍ରବେଶ କରିଥିଲେ। ଏହା ପରେ ଟିଆଇ ପରେଡ ଆରମ୍ଭ ହୋଇଥିଲା। ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟେ ଧୀରେନ୍ଦ୍ର ନାଥଙ୍କ ସୂଚନା ମୁତାବକ ବିବନଙ୍କ ସମେତ ତାଙ୍କ ରଙ୍ଗ ଉଚ୍ଚତା ଓ ବୟସ ପାଖାପାଖି ଥିବା ୧୧ ଜଣ ବ୍ୟକ୍ତିଙ୍କୁ ଟିଆଇ ପରେଡରେ ଠିଆ କରାଯାଇଥିଲା। ମାଜିଷ୍ଟ୍ରେଟ ଓ ଜେଲ ଅଫିସରଙ୍କ ଉପସ୍ଥିତିରେ ଅଞ୍ଜନା ଓ ଡ୍ରାଇଭର ନୀଳକଣ୍ଠ ବିବନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ଏକ ଘଣ୍ଟା ଭିତରେ ଚିହ୍ନଟ ପ୍ରକ୍ରିୟା ସରିବା ସହ ସମସ୍ତ ତଥ୍ୟ ପ୍ରମାଣକୁ ଜେଲ କର୍ତ୍ତୃପକ୍ଷ ଓ କୋର୍ଟଙ୍କ ପକ୍ଷରୁ ରେକର୍ଡ କରାଯାଇଥିଲା।
ଆଜିଠୁ ୨ ଦିନିଆ ରିମାଣ୍ଡରେ ବିବନ
ଅଭିଯୁକ୍ତ ବିବନ ବିଶ୍ବାଳଙ୍କୁ ଗୁରୁବାରଠାରୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ। ରିମାଣ୍ଡରେ ନେଇ ମାରାଥନ ଜେରା କରାଯିବ। ସିବିଆଇ ନିକଟରେ ଅଭିଯୁକ୍ତ ୧୯୯୯ ଜାନୁୟାରୀ ୯ରାତିରେ ଘଟିଥିବା ଘଟଣାର ସତ ବଖାଣିବ। ବିବନ ନିଜେ ନା କାହାର ଇସାରାରେ ଏପରି କାର୍ଯ୍ୟ କରିଥିଲେ, ଓଡ଼ିଶା ଛାଡ଼ି ପଳାଇବାରେ କେଉଁମାନେ ତାଙ୍କୁ ସହଯୋଗ କରିଥିଲେ। ଏତେ ବର୍ଷ ଧରି ସେ କିପରି ଗିରଫଦାରିରୁ ବର୍ତ୍ତିଲେ ସେନେଇ ସିବିଆଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri