ରାଞ୍ଚି,୧୯।୪: ସ୍ବାଧିନ ପ୍ରାର୍ଥୀ ତଥା ଆଦିବାସୀ କିଶାନ ମଜଦୁର ପାର୍ଟି(ଏକେଏମ୍ପି) ନେତା ଅଞ୍ଜନୀ ପାଣ୍ଡେ ଏବେ ଚର୍ଚ୍ଚାରେ। କାରଣ ଗୁରୁବାର ସେ ରାଞ୍ଚି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ସେ କେବଳ ଗୋଟିଏ ଧୋତି ପିନ୍ଧିଥିବା ସହ ତାଙ୍କର ସମର୍ଥକମାନେ କେବଳ ଗାମୁଛା ପିନ୍ଧି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଞ୍ଜନୀ(୫୮)ଙ୍କ କହିବା କଥା ହେଲା ସ୍ବାଧିନତାର ୭୨ ବର୍ଷ ପରେ ମଧ୍ୟ ଦେଶରେ କୃଷକ ଓ ଶ୍ରମିକଙ୍କର କୌଣସି ପରିବର୍ତ୍ତନ ନ ହୋଇଥିବାରୁ ଏହା ସରକାରଙ୍କ ବିରୋଧରେ ଏକ ନିରବ ପ୍ରତିବାଦ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚତୁର୍ଥ ଥର ପାଇଁ ଅଞ୍ଜନୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।