Categories: ଜାତୀୟ

କ୍ଷମା ମାଗିଲେ ଅଞ୍ଜୁଙ୍କ ପିତା

ନୂଆଦିଲ୍ଲୀ,୨୭।୭: ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥମସ ଝିଅକୁ ନେଇ ଖୁବ ନିରାଶା ବ୍ୟକ୍ତ କରିଛନ୍ତି। ଅଞ୍ଜୁଙ୍କ ପିତା କହିଛନ୍ତି କି ସେ ଆମ ପରିବାର ପାଇଁ ମରିଯାଇଛନ୍ତି।
ଗୟା ପ୍ରସାଦ କହିଛନ୍ତି ତାଙ୍କ ଝିଅର ଭାରତ ଫେରିଆସିବାର କୌଣସି ଅଧିକାର ନାହିଁ। ଯଦି ସେ ଭାରତ ଫେରିବେ ତେବେ ତାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡିବ। ସେ କହିଛନ୍ତି ମୋ ଝିଅ ଅଞ୍ଜୁ ଯାହା କରିଛି ତାହା ସମ୍ପୂର୍ଣ୍ଣ ଭୁଲ, ଆଉ ଯେଉଁମାନେ ଏମିତି ଭୁଲ କରନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଅଞ୍ଜୁଙ୍କର ତାଙ୍କ ଦୁଇ ପିଲାଙ୍କୁ ଫେରାଇ ନେବାର କୌଣସି ଅଧିକାର ନାହିଁ। ଝିଅର ଏଭଳି କାମ ପାଇଁ ସେ ଖୁବ ଲଜ୍ୟା ବୋଧ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଅଞ୍ଜୁ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ ଜୟପୁର ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ କହି ପାକିସ୍ତାନ ଚାଲିଯାଇଛନ୍ତି। ସେଠାରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିବା ସୂଚନା ମିଳିଛି। ଏବେ ପାକିସ୍ତାନରେ ସେ ତାଙ୍କର ନାମ ପରିବର୍ତ୍ତନ କରି ଫାତିମା କରି ଦେଇଛନ୍ତି।

Share