Categories: ଜାତୀୟ

ଭାଇରାଲ ହେଲା ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଅଡିଓ, ଫୋନରେ ସ୍ବାମୀଙ୍କୁ ଗାଳି ଦେଲେ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନର ଅଲଓ୍ବରରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଏବେ ଲଗାତାର ଭାବେ ରହୁଛନ୍ତି ଚର୍ଚ୍ଚାରେ। ସେଠାକୁ ଯାଇ ସେ ଇସଲାମ ଧର୍ମ ଗ୍ରହଣ କରିବା ସହ ଏବେ ସେ ଫାତିମା ହୋଇଯାଇଛନ୍ତି। ଏହାସହ ସେ ତାଙ୍କ ପ୍ରେମିକ ନସରୁଲ୍ଲାହଙ୍କ ସହ ନିକାହ କରି ନେଇଛନ୍ତି। ଏବେ ଅଞ୍ଜୁଙ୍କର ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ପୂର୍ବତନ ସ୍ବାମୀ ଅରବିନ୍ଦଙ୍କ ସହ କଥା ହେଉଥିବା ଶୁଣାଯାଉଛି। ଏହି କଥାବାର୍ତ୍ତା ମଧ୍ୟରେ ଅଞ୍ଚୁ ଲଗାତାର ଭାବେ ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଗାଳି ଦେବାରେ ଲାଗିଛନ୍ତି।

ନିକଟରେ ଅଞ୍ଜୁ ଭାରତରେ ରହୁଥିବା ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ ଡାକିଥିଲେ। ଯାହାର ଅଡିଓ ଭାଇରାଲ ହୋଇଥିଲା। ଭାଇରାଲ ଅଡିଓରେ ସେ ଅରବିନ୍ଦଙ୍କୁ ଖରାପ କଥା କହିଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଞ୍ଜୁ ଅରବିନ୍ଦଙ୍କୁ କହିଛନ୍ତି ଯେ ଆପଣ ଗଣମାଧ୍ୟମରେ କ’ଣ ନିବୋଧ କାର୍ଯ୍ୟ କରୁଛନ୍ତି, ଆପଣ କ’ଣ ଯାହା ପାଉଛନ୍ତି ତାହା କହୁଛନ୍ତି। ନିଜ ବିଷୟରେ ମଧ୍ୟ କୁହ, ତୁମେ କି ପ୍ରକାର ବ୍ୟକ୍ତି। ଆପଣ ଗଣମାଧ୍ୟମ ସାମ୍ନାରେ ନାଚୁଛନ୍ତି ବୋଲି ଅରବିନ୍ଦଙ୍କୁ ଗାଳି ଦେଇ କହିଥିଲେ ଅଞ୍ଜୁ।

ଏହାର ଉତ୍ତରରେ ଅରବିନ୍ଦ କହିଛନ୍ତି ଯେ ତୁମେ ମଧ୍ୟ ସେଠାରେ ବିବାହ କରିଛ, ବୁଲାବୁଲି କରୁଛ। ଅଞ୍ଜୁ ଏହା ଉପରେ କହିଛନ୍ତି ଏହା ମୋର ଇଚ୍ଛା, ମୁଁ ଯାହା ଚାହେଁ ତାହା କରିବ। ମୁଁ ପିଲାମାନଙ୍କ ପାଇଁ ଫେରିବ। ହେଲେ ଏହି ଅଡିଓ ତେକେ ସତ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ।

Share