ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏମିତି ନିବେଦନ କଲେ ଅଙ୍କିତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଛି, କିନ୍ତୁ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି। ସୁଶାନ୍ତଙ୍କ ରହସ୍ୟ ଜନକ ମୃତ୍ୟୁ ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ସମୟରେ ସେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଥିଲେ। ପରେ କିନ୍ତୁ ସେ ଏହି ମାମଲାରେ ନିଜକୁ ଦୂରେଇ ରଖି ନିଜ ବୟଫ୍ରେଣ୍ଡ ଭିକିଙ୍କ ସହ ସମୟ ବିତାଇଥିଲେ। ଏନେଇ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନ ଥିଲେ। ନିକଟରେ ଅଙ୍କିତା ଇନ୍‌ଷ୍ଟାଗ୍ରାମରେ ଏକ ଲାଇଭ୍‌ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ ନକରିବାକୁ ନିବେଦନ କରିଛନ୍ତି। ଲାଇଭ ଅଧିବେଶନ ସମୟରେ ଅଙ୍କିତା ତାଙ୍କ ସମସ୍ୟା ଲୋକଙ୍କ ସହ ବାଣ୍ଟିଥିଲେ। ସେ କହିଥିଲେ ଯେ ସୋସିଆଲ ମିଡିଆରେ କେହି ତାଙ୍କୁ ଖରାପ ମନ୍ତବ୍ୟ ଦିଅନ୍ତି, ସେତେବେଳେ ସେ ନିଜକୁ ବହୁତ ଖରାପ ଅନୁଭବ କରନ୍ତି ଏବଂ ଏହା ତାଙ୍କ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏପରି ନକରିବାକୁ ସେ ଲୋକମାନଙ୍କୁ ନିବେଦନ କରିଥିଲେ।

Share