Categories: ଜାତୀୟ

ଅଙ୍କିତା ହତ୍ୟା ମାମଲା: ଅଭିଯୁକ୍ତଙ୍କ ବାପା-ଭାଇଙ୍କୁ ଦଳରୁ ବହିଷ୍କୃତ କଲା ଭାଜପା

ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲାରେ ଭାଜପା ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଭାଜପା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ ଓ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କୃତ କରିଛି। ଏଥିସହ ଅଙ୍କିତ ଆର୍ଯ୍ୟଙ୍କୁ ଉତ୍ତରାଖଣ୍ଡର ଅନ୍ୟ ପଛୁଆ ବର୍ଗ ଆୟୋଗର ମନୋନୀତ ଉପାଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ଉତ୍ତରାଖଣ୍ଡ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ସିଂ ବିଷ୍ଟଙ୍କ ନାମରେ ଜାରି କରାଯାଇଥିବା ଏକ ଚିଠିରେ ଏନେଇ ଉଲ୍ଲେଖ କରାଯାଇଛି। ଅଙ୍କିତାଙ୍କ ହତ୍ୟା ମାମଲାରେ ହସ୍ତକ୍ଷେପ କରି ରାଜ୍ୟ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଡକ୍ଟର ବିନୋଦ ଆର୍ଯ୍ୟ ଏବଂ ତାଙ୍କ ପୁଅ ଅଙ୍କିତ ଆର୍ଯ୍ୟଙ୍କୁ ଭାଜପାରୁ ତୁରନ୍ତ ପ୍ରଭାବରେ ବହିଷ୍କାର କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

Share