ମେଲବୋର୍ନ,୮।୨(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ର’ରେ ସାମିଲ ହୋଇଛନ୍ତି। ପଞ୍ଚମ ଭାରତୀୟ ମହିଳା ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ସାମିଲ ହୋଇଛନ୍ତି। ସୋମବାରଠାରୁ ଅଷ୍ଟ୍ରେଲିଆନ ଓପନ୍ ଆରମ୍ଭ ହେବ। ମହିଳା ଡବଲ୍ସ ଇଭେଣ୍ଟରେ ଅଙ୍କିତା ରୋମାନିଆର ମିହାଏଲା ବୁଜାରନେକୁଙ୍କ ସହିତ କୋର୍ଟକୁ ଓହ୍ଲାଇବେ। ଏହି ଯୋଡି ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ବେଲିଣ୍ଡା ଉଲ୍କୁକ୍ ଓ ଓଲିଭିଆ ଗାଡୋକିଙ୍କୁ ଭେଟିବେ। ପୂର୍ବରୁ ନିରୁପମା ମଙ୍କଡ (୧୯୭୧), ନିରୁପମା ବୈଦ୍ୟନାଥନ (୧୯୯୮), ସାନିଆ ମିର୍ଜା ଓ ଶିଖା ଓବେରୋଇ (୨୦୦୪) ଭାରତ ପାଇଁ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିଲେ। ସାନିଆଙ୍କ ପରେ ଅଙ୍କିତା ଗ୍ରାଣ୍ଡସ୍ଲାମର ମହିଳା ଡବଲ୍ସ ଖେଳିବେ।