ବିବାହକୁ ନେଇ ଉତ୍ସାହିତ ଅଛନ୍ତି ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଏବେ ବିବାହକୁ ନେଇ ସେଲିବ୍ରିଟି ମାନେ ଚର୍ଚ୍ଚାରେ ରହୁଛନ୍ତି। ସବୁଠି ଏବେ ବିବାହର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟ କିଛି ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଆଉ କିଛି ନିକଟରେ ବିବାହ କରିବେ ବୋଲି କୁହାଯାଉଛି। ସେହିପରି ନିକଟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ତାଙ୍କ ବୟଫ୍ରେଣ୍ଡ ବିକ୍କି ଜୈନ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିବା କୁହଯାଉଛି।

ତେବେ ଅଙ୍କିତା ଏକ ସାକ୍ଷାତକାରରେ ସେ ତାଙ୍କ ବିବାହ ଏବଂ ପରିବାର କଥା କହିଛନ୍ତି । ବିବାହ ଏବଂ ପ୍ରେମରେ ବେଶ ବିଶ୍ବାସ ରଖନ୍ତି ଏବଂ ସେ ତାଙ୍କ ବିବାହକୁ ନେଇ ବେଶ୍‌ ଉତ୍ସାହିତ ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜେ ମଧ୍ୟ ବିବାହ କରିବାକୁ ଚାହୁଁଛନ୍ତି ଏବଂ ଦିନେ ନା ଦିନେ ତାଙ୍କର ଏହି ସ୍ବପ୍ନ ନିଶ୍ଚୟ ପୂରଣ ହେବ। ଏବେ ସେ ଏକ ସ୍ତ୍ରୀ ହେବାକୁ ଚାହୁଁଛନ୍ତି ।

Share