ସ୍ବାମୀଙ୍କଠାରୁ ୨୬ ବର୍ଷ ସାନ ଅଙ୍କିତା

ମୁମ୍ବାଇ: ଅଙ୍କିତା କୁଓ୍ବର ଏବେ ଏକ ପରିଚିତ ନାଁ। ସେ ଜଣାଶୁଣା ଅଭିନେତା ମିଲିନ୍ଦ ସୋନମଙ୍କ ପତ୍ନୀ। ଏକଥା ଅବଶ୍ୟ ସମସ୍ତେ ଜାଣିଛନ୍ତି ଅଙ୍କିତା ମିଲିନ୍ଦଙ୍କଠାରୁ ବୟସରେ ୨୬ ବର୍ଷ ସାନ। ହେଲେ ଦୁଇଜଣଙ୍କ ମଧ୍ୟରେ ଭଲପାଇବା ଖୁବ୍‌ ଗଭିର। ଉଭୟ ଉଭୟଙ୍କୁ ବେଶ୍‌ ସମ୍ମାନ ମଧ୍ୟ କରନ୍ତି। ଅଙ୍କିତାଙ୍କର ଆଜି ହେଉଛି ଜନ୍ମଦିନ। ତେବେ ସବୁବେଳେ ମିଲିନ୍ଦଙ୍କ ପ୍ରଶଂସକ ଏମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ମିଲିନ୍ଦ ପ୍ରଥମେ ୨୦୦୬ରେ ଫ୍ରେଞ୍ଚ ଆକ୍ଟ୍ରେସ୍‌ ମିଲେନେ ଜାମ୍ପାନେଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦେଖା ପ୍ରଥମେ ଗୋଆର ଏକ ଫିଲ୍ମ ସେଟ୍‌ରେ ହୋଇଥିଲା। ଏହାପରେ କିନ୍ତୁ ଏମାନଙ୍କ ବୈବାହିକ ଜୀବନ ବେଶିଦିନ ତିଷ୍ଠି ନ ଥିଲା। ୨୦୦୮ରେ ମିଲିନ୍ଦ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାର କିଛି ବର୍ଷ ପରେ ମିଲିନ୍ଦଙ୍କ ଜୀବନରେ ଆସିଲେ ଅଙ୍କିତା। ଏହାପରେ ଏକ ସାକ୍ଷାତ୍‌କାରରେ ଉଭୟ ତାଙ୍କ ରିଲେସନଶିପକୁ ନେଇ ଖୋଲାଖୋଲି କଥା ହୋଇଥିଲେ। ଏମାନଙ୍କ ପ୍ରେମ କାହାଣୀକୁ ନେଇ କିନ୍ତୁ ଉଭୟଙ୍କ ମା’ ଚିନ୍ତିତ ଥିଲେ। ଅଙ୍କିତାଙ୍କ ମା’ କହିଥିଲେ ଦିନେ ନା ଦିନେ ତୋର ମନ ପରିବର୍ତ୍ତନ ହେବ। ହେଲେ ଅଙ୍କିତାଙ୍କ ଉତ୍ତର ଥିଲା ମୋ ଜୀବନରେ ଯିଏ ଅଛନ୍ତି ମୁଁ ତାଙ୍କ ସହ ସାରା ଜୀବନ କାଟିବାକୁ ଚାହୁଁଛି। ବିବାହ ହେଉ ବା ନ ହେଉ କିନ୍ତୁ ଅଙ୍କିତା ମିଲିନ୍ଦଙ୍କ ସହ ରହିବାକୁ ଏକ ପ୍ରକାର ସିଦ୍ଧାନ୍ତ ନେଇସାରିଥିଲେ ବୋଲି ଅତୀତରେ କହିଥିଲେ। ଏମିତିକି ମିଲିନ୍ଦଙ୍କଠାରୁ ଅଙ୍କିତା ବୟସରେ ବହୁତ ସାନ ହୋଇଥିବାରୁ କେବେ କେବେ ସେ ମିଲିନ୍ଦଙ୍କୁ ପାପାଜି ବୋଲି କହିଥିବା ମିଲିନ୍ଦ ପ୍ରକାଶ କରିଛନ୍ତି। କିନ୍ତୁ ଏମାନେ ଯେତେବେଳେ ବିବାହ କରିଥିଲେ ସେତେବେଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେବି ଏମାନଙ୍କ ପ୍ରେମ କାହାଣୀ ସିନେ ପ୍ରେମୀଙ୍କୁ ଗସିପ୍‌ କରିବାକୁ ଖୋରାକ ଯୋଗାଏ ବୋଲି କୁହାଯାଏ।

Share